ETV Bharat / state

ଅମଳ ସମୟରେ ଦୁଃଖ ଦେଉଛି ଜଙ୍ଗଲୀ ଜନ୍ତୁ, ଚିନ୍ତାରେ ଚାଷୀ

author img

By

Published : Dec 31, 2021, 10:58 PM IST

ନୟାଗଡରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଜଙ୍ଗଲୀ ଜନ୍ତୁ । ଧାନ ଅମଳ ସମୟରେ ଫସଲରେ ପଶି ଧାନ ନଷ୍ଟ କରୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ଅମଳ ସମୟରେ ଦୁଃଖ ଦେଉଛି ଜଙ୍ଗଲୀ ଜନ୍ତୁ, ଚିନ୍ତାରେ ଚାଷୀ
ଅମଳ ସମୟରେ ଦୁଃଖ ଦେଉଛି ଜଙ୍ଗଲୀ ଜନ୍ତୁ, ଚିନ୍ତାରେ ଚାଷୀ

ନୟାଗଡ଼: ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବନ୍ୟଜନ୍ତୁ । ଧାନ ଅମଳ ସମୟରେ ବାରହା ନଷ୍ଟ କରିବାରେ ଲାଗିଛନ୍ତି ଫସଲ । ଭାଡ଼ି କରି ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି ଚାଷୀ । ଧାନ ପାଚିଲା ବେଳକୁ ବାରହା ପଲ ଏବଂ ପାତି ମାଙ୍କଡ଼ ଫସଲ ନଷ୍ଟ କରୁଥିବା ବେଳେ ଏହା ଏବେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ହତାଶ ଚାଷୀ ଏଥିଲାଗି ସରକାରୀ ସହାୟତା ପାଇଁ ଦାବି କରିଛି ।

ଅମଳ ସମୟରେ ଦୁଃଖ ଦେଉଛି ଜଙ୍ଗଲୀ ଜନ୍ତୁ, ଚିନ୍ତାରେ ଚାଷୀ

ନୟାଗଡ଼ ଜିଲ୍ଲା ଏକ ବଣ ଜଙ୍ଗଲ ଘେରା ଜିଲ୍ଲା ହୋଇଥିବାରୁ ଜଙ୍ଗଲୀ ବାରହାଙ୍କ ସଂଖ୍ୟା ଅଧିକା ରହିଛି । ନୟାଗଡ଼ର 8ଟି ବ୍ଲକରେ ବାରହା ଉପଦ୍ରଵ କରୁଛନ୍ତି । ଏକର ଏକର ଧାନ କ୍ଷେତ ନଷ୍ଟ କରୁଥିଲେ ବି ସରକାରୀ ସହାୟତା ମିଳୁନି । ଫଳରେ ହତାଶ ହୋଇପଡିଛି ଚାଷୀକୂଳ । ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି । କ୍ଷେତରେ ଆଉ ଯାହା ବାକି ଥିଲା ତାହାକୁ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ଚାଷୀ କିନ୍ତୁ ସେଥିରେ ବାଧକ ସାଜିଛନ୍ତି ଜଙ୍ଗଲ ଜନ୍ତୁ ।

ଅନେକ ଚାଷୀ କଷ୍ଟରେ ଧାନ ଫସଲ କରିଥିବା ବେଳେ ଏବେ ଧାନ ଅମଳ ସମୟରେ ଜଙ୍ଗଲୀ ବାର୍‌ହା ଆସି ଫସଲକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଏହି ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ପାଳି କରି ଫସଲ ଜଗୁଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା ଚାଷୀ କହିଛନ୍ତି । ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଇଛି । ଧାନ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।

ସେହିପରି ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ବର୍ଷକର ଫସଲ ବାର୍‌ହାଙ୍କ ପାଇଁ ଉଜୁଡି ଯାଉଥିବାରୁ ଦେଖି ସରକାରୀ ସହାୟତା ପାଇଁ ସେମାନେ ଆଶା ବାନ୍ଧି ବସିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.