ETV Bharat / state

ଚାଷୀଙ୍କ ହିତରେ ଆସୁନି ଜଳ ପ୍ରକଳ୍ପ

author img

By

Published : Jul 10, 2021, 11:53 AM IST

ଲୋକଙ୍କ କାମରେ ଆସୁନି ମହିଁଷା ସେତୁବନ୍ଧ । ନଷ୍ଟ ହୋଇଯାଉଛି ଚାଷଜମି । ଅଧିକ ପଢନ୍ତୁ...

Water project not in the interest of farmers: Farmers are being wiped out
ଚାଷୀଙ୍କ ହିତରେ ଆସୁନି ଜଳ ପ୍ରକଳ୍ପ : ଉଜୁଡ଼ି ଯାଉଛି ଚାଷଜମି ଚାଷୀ

ନୟାଗଡ: ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଷୀଙ୍କ ଉନ୍ନତି ପାଇଁ ନୟାଗଡ ସାକେଣି ଗାଁ ନିକଟରେ ନିର୍ମିତ ହୋଇଛି ମହିଁଷା ସେତୁବନ୍ଧ l ଏହି ସେତୁ ବନ୍ଧ ଦ୍ଵାରା ନୂଆସାହି, ମସାବାଡି,ବାରିହାପିଟା,ପୋଇବଡି,ସାକେଣି ଆଦି ଅନେକ ଗ୍ରାମର ଚାଷୀମାନେ ଖରିଫ ଏବଂ ରବି ଫସଲ କରି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଥିଲା l ହେଲେ ଏହି ସେତୁବନ୍ଧଟି ଏବେ ପ୍ରକୃତ ଚାଷୀଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି l

ଚାଷୀଙ୍କ ହିତରେ ଆସୁନି ଜଳ ପ୍ରକଳ୍ପ : ଉଜୁଡ଼ି ଯାଉଛି ଚାଷଜମି ଚାଷୀ

ମହିଁସା ସେତୁବନ୍ଧଟିକୁ କିଛି ଦଲାଲ ତଥା ମୃଷ୍ଟିମେୟ ନିଜର ସ୍ବାର୍ଥ ପାଇଁ ଜୋରଜବରଦସ୍ତ ବ୍ୟବହାର କରୁଥିବା ଲୋକେ ଅଭିଯୋଗ କରୁଛନ୍ତି l ଏ-ହି ସେତୁ ବନ୍ଧରେ ବର୍ଷା ଦିନ ପାଣିକୁ ସଂରକ୍ଷିତ କରି ରଖାଯିବ ଏବଂ ଆବଶ୍ୟକ ସମୟରେ ଏହାକୁ ବ୍ୟବହାର ହେବା କଥା l

ହେଲେ କିଛି ଲୋକେ ଜାଣିଶୁଣି ଗଚ୍ଛିତ ପାଣିକୁ ଛାଡ଼ିଦେଉଛନ୍ତି । ଏବଂ ନିଜେ ବ୍ୟବହାର କରୁଛନ୍ତି l ଯାହାଫଳରେ ଅନ୍ୟ ଚାଷୀ ମାନେ କରିଥିବା ଫସଲ ଉଜୁଡ଼ିଯିବା ସହ ଖରାଦିନ ଆସିଲେ ପାଣି ଟିକିଏ ବି ବନ୍ଧରେ ରହୁନାହିଁ l ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି l ଚାଷୀମାନେ ଫସଲ କରିବାରେ ବହୁ ଅସୁବିଧା ହେଉଥିବାରୁ ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.