ETV Bharat / state

ଟ୍ରକ ପିକଅପ୍‌ ମୁହାଁମୁହିଁ ଧକ୍କା, ୨ମୃତ

author img

By

Published : Jul 25, 2022, 1:36 PM IST

ନୟାଗଡ ନୂଆ ବସଷ୍ଟାଣ୍ଡଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଟ୍ରକ ପିକଅପ ମୁହାଁମୁହିଁ ଧକ୍କା
ଟ୍ରକ ପିକଅପ ମୁହାଁମୁହିଁ ଧକ୍କା

ନୟାଗଡ଼: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ଟ୍ରକ ପିକଅପ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ନୟାଗଡ଼ ନୂଆ ବସଷ୍ଟାଣ୍ଡଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଟ୍ରକ ପିକଅପ ମୁହାଁମୁହିଁ ଧକ୍କା

ସୂଚନାଅନୁସାରେ, ଗତକାଲି(ରବିବାର) ନୂଆ ବସଷ୍ଟାଣ୍ଡ ଠାରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଆଉ ଜଣେ ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.