ETV Bharat / state

ଅଜଣା ରୋଗରେ କଲବଲ କୁକୁର, ଝଡୁଛି ରୁମ ଛାଡୁଛି ଚୋପା

author img

By

Published : Nov 12, 2021, 1:35 PM IST

ନୟାଗଡ ଜିଲ୍ଲା ଖଣ୍ଡପଡା ଏନଏସିରେ କୁକୁରଙ୍କୁ ମାଡିବସିଛି ଅଜଣା ରୋଗ । ଫଳରେ କୁକୁରଙ୍କ ଶରୀରରୁ ରୁମ ଉପୁଡିବା ସହିତ ଗୋଟିଏ ପରେ ଗୋଟିଏ କୁକୁର ଦୁର୍ବଳ ହେବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

କୁକୁରଙ୍କୁ ଅଜଣା ରୋଗ ଆତଙ୍କ
କୁକୁରଙ୍କୁ ଅଜଣା ରୋଗ ଆତଙ୍କ

ନୟାଗଡ: ଖଣ୍ଡପଡା ଏନଏସିରେ କୁକୁରଙ୍କୁ ମାଡିବସିଛି ଅଜଣା ରୋଗ । ଫଳରେ କୁକୁରଙ୍କ ଶରୀରରୁ ରୁମ ଉପୁଡିବା ସହିତ ଗୋଟିଏ ପରେ ଗୋଟିଏ କୁକୁର ଦୁର୍ବଳ ହେବାରେ ଲାଗିଛନ୍ତି । ଏହାସହ ଅନେକ କୁକୁର ପାଗଳଙ୍କ ପରି ହେଉଥିବାରୁ ଲୋକ ଭୟଭୀତ ହୋଇଛନ୍ତି । ପ୍ରଶାସନ ହାତବାନ୍ଧି ବସିଛି । ଏନଏସି କର୍ତ୍ତୃପକ୍ଷ କିମ୍ବା ପଶୁ ଚିକିତ୍ସା ବିଭାଗ ଏଯାବତ୍ କିଛି ପଦକ୍ଷେପ ଗ୍ରହଣ କରି ନାହିଁ ।

କୁକୁରଙ୍କୁ ଅଜଣା ରୋଗ ଆତଙ୍କ

ବୁଲା କୁକୁର ସବୁ ଅନେକ ସମୟରେ ଏଣେ ତେଣେ ବୁଲୁଛନ୍ତି l ଖଣ୍ଡପଡାରେ ଶହ ଶହ କୁକୁରଙ୍କୁ ଏବେ ଅଜଣା ରୋଗ ଗ୍ରାସ କରିଛି l ଏହି ଅଜଣା ରୋଗ ମଣିଷକୁ ବ୍ୟାପିବା ନେଇ ଭୟ ସୃଷ୍ଟି ହୋଇଛି l ଖଣ୍ଡପଡ଼ାରେ କେବଳ ବୁଲା କୁକୁରଙ୍କୁ ଏଭଳି ଅଜଣା ରୋଗ ଧରିଛି l ଫଳରେ ପୋଷା କୁକୁରଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି l

ଏପଟେ ଖଣ୍ଡପଡ଼ା ପଶୁ ଚିକିତ୍ସା ଅଧିକାରୀ କିଛି ଜାଣିନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ନେଇ ଅଭିଯୋଗ ଆସିଲେ କୁକୁରଙ୍କ ପରୀକ୍ଷା କରି କେଉଁ ରୋଗ ବ୍ୟାପିଛି ଏବଂ ଏହା ମଣିଷ ପାଇଁ ହାନିକାରକ କି ନୁହେଁ ତାହା ଜଣାପଡିବ ବୋଲି କହିଛନ୍ତି ଖଣ୍ଡପଡା ପଶୁ ଚିକିତ୍ସା ଅଧିକାରୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.