ETV Bharat / state

2 କାର ମୁହାଁମୁହିଁ ଧକ୍କା, 7 ଆହତ

author img

By

Published : Aug 9, 2021, 2:16 PM IST

Updated : Aug 9, 2021, 2:30 PM IST

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ସଡକ ଦୁର୍ଘଟଣା । ନୟାଗଡ଼ରେ ୨ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଥିବା ସୂଚନା । ଅଧିକ ପଢନ୍ତୁ...

2 କାର ମୁହାଁମୁହିଁ ଧକ୍କା, 7 ଆହତ
2 କାର ମୁହାଁମୁହିଁ ଧକ୍କା, 7 ଆହତ

ନୟାଗଡ଼: ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ଛକରେ ସଡକ ଦୁର୍ଘଟଣା ଘଟିଛି । ୨ କାର ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ 7 ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତି ଶଙ୍କର ନାୟକ ରହିଛନ୍ତି ବୋଲି ସୂଚନା ମିଳିଛି ।

2 କାର ମୁହାଁମୁହିଁ ଧକ୍କା, 7 ଆହତ

ଭୁବନେଶ୍ବରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ କାର ସାମ୍ନାପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ତାଙ୍କ କାରରେ ଥିବା ୨ ଜଣ ବ୍ୟକ୍ତି ଏବଂ ବିପରୀତ କାରର 4 ଜଣ ବ୍ୟକ୍ତି ଏହିପରି ମୋଟ 7 ଜଣ ଆହତ ହୋଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି ।

ତେବେ ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମାତ୍ର ସମସ୍ତଙ୍କୁ ନୟାଗଡ଼ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 9, 2021, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.