ETV Bharat / state

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ହାଜର

author img

By

Published : Jan 8, 2021, 11:48 AM IST

Updated : Jan 8, 2021, 12:28 PM IST

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା
ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା

11:42 January 08

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ହାଜର

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା

ନୟାଗଡ: ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତ । ଅନୁଗୋଳ‌ ସୁଧାର ଗୃହରୁ ତାକୁ ଅଣାଯାଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି ।

ଏସଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଆବେଦନ ହୋଇଥିଲା । ଯାହାର ଆଜି ଶୁଣାଣି ହୋଇପାରେ ବୋଲି କୁହାଯାଉଛି ।  

ସୂଚନାଥାଉକି, ମଙ୍ଗଳବାର ନୟାଗଡ ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି ରାୟ ଦେଇଥିଲେ । ପରେ ତାଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଥିଲେ ।  

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲାରେ ଏସଆଇଟି ସେହି ଗ୍ରାମର ଜଣେ ନାବାଳକ କଲେଜ ଛାତ୍ରଙ୍କୁ ଗିରଫ କରିଥିଲା । ସେ ସାବାଳକ ଥିବା ଦର୍ଶାଇ ପକ୍ସୋକୋର୍ଟରେ ହାଜର କରିଥିଲା ଏସଆଇଟି । ସେହିପରି ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି ।  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 8, 2021, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.