ETV Bharat / state

ବୃଦ୍ଧଙ୍କ ମୃତଦେହ ଛୁଇଁଲେନି ଗ୍ରାମବାସୀ, ଅନ୍ତିମ ସଂସ୍କାର କଲେ ସ୍ଵେଚ୍ଛାସେବୀ

author img

By

Published : Nov 13, 2021, 5:30 PM IST

ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଅନନ୍ୟା ଫାଉଣ୍ଡେସନ l ପୁଣି ମାନବ ସେବା କରି ଚର୍ଚ୍ଚାରେ ଏ ସଂଗଠନ l ଅଧିକ ପଢନ୍ତୁ...

ବୃଦ୍ଧଙ୍କ ମୃତଦେହକୁ ଛୁଇଁଲେନି ଗ୍ରାମବାସୀ, ଅନ୍ତିମ ସଂସ୍କାର କଲେ ସ୍ଵେଚ୍ଛାସେବୀ
ବୃଦ୍ଧଙ୍କ ମୃତଦେହକୁ ଛୁଇଁଲେନି ଗ୍ରାମବାସୀ, ଅନ୍ତିମ ସଂସ୍କାର କଲେ ସ୍ଵେଚ୍ଛାସେବୀ

ନୟାଗଡ: ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଅନନ୍ୟା ଫାଉଣ୍ଡେସନ l ପୁଣି ମାନବ ସେବା କରି ଚର୍ଚ୍ଚାରେ ଏହି ସଂଗଠନ l ମୃତଦେହ ସଂସ୍କାର ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ହେଲା ଭାଇରାଲ l ନୟାଗଡ ଜିଲ୍ଲା ନୋତର ଗାଁର ବକସି ନାମକ ଜଣେ ବୃଦ୍ଧଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ରୋଗ ସଂକ୍ରମଣ ଭୟରେ ଗାଁର କୌଣସି ବ୍ୟକ୍ତି ଦାହ ପାଇଁ ଆସି ନଥିଲେ l ତେଣୁ ମୃତ ବକସିଙ୍କ ପୁଅ ଅନନ୍ୟା ଫାଉଣ୍ଡେସନକୁ ଖବର ଦେଇଥିଲେ l ଭୋର ସମୟରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ସନ୍ତୋଷ ଓ ନୀଳମଣି ମିଶି ଦାହକାର୍ଯ୍ୟରେ ସାମିଲ ହୋଇଥିଲେ l

ବୃଦ୍ଧଙ୍କ ମୃତଦେହକୁ ଛୁଇଁଲେନି ଗ୍ରାମବାସୀ, ଅନ୍ତିମ ସଂସ୍କାର କଲେ ସ୍ଵେଚ୍ଛାସେବୀ

ଅନନ୍ୟା ଫାଉଣ୍ଡେସନର ମୁଖ୍ୟ ଆଶୁତୋଷ ଦାସଙ୍କ ତତ୍ତ୍ବାବଧାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂଗଠନର ଏପରି ମହାନ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ଏନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି ଲୋକେ l କେବଳ ସେତିକି ନୁହେଁ କୋରୋନା ମହାମାରୀ ସମୟରେ ମଧ୍ୟ ମହାନତା ଦେଖାଇଥିଲା ଅନନ୍ୟା ଫାଉଣ୍ଡେସନ l ପ୍ରତିଷ୍ଠାତା ସଦସ୍ୟ ଆଶୁତୋଷ ଦାସ ଏବଂ ଅନ୍ୟ ଜଣେ ସଦସ୍ୟ କୋରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ l ସେତେବେଳେ ମଧ୍ୟ ଗ୍ରାମବାସୀ କୋରୋନାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ମୃତଦେହକୁ ଛୁଇଁନଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.