ETV Bharat / state

ବନ୍ଧମୁଣ୍ଡାକୁ ବାଟ ଭୁଲିଛି ବିକାଶ: ନାହିଁ ପକ୍କା ରାସ୍ତା, କାଠ ପୋଲ ପାଲଟିଛି ସାହା ଭରସା

author img

By

Published : May 21, 2022, 12:13 PM IST

ସ୍ବାଧିନତାର ୭ ଦଶନ୍ଧି ପରେ ବି ଗାଁକୁ ଫିଟୁନି ରାସ୍ତା । ନିତିଦିନିଆ ଗମନାଗମନ ପାଇଁ ଉପାନ୍ତ ଅଞ୍ଚଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ l କେଉଁଠି କାଠ ପୋଲ ତ ଆଉ କେଉଁଠି ଜଙ୍ଗଲର ମାଟି ରାସ୍ତା ସାହା ପାଲଟିଛି । ଅଧିକ ପଢ଼ନ୍ତୁ

road problem in nayagarh
ଉପାନ୍ତ ଅଞ୍ଚଳରେ ସାତ ସପନ ପଲଟିଛି ପକ୍କା ରାସ୍ତା

ନୟାଗଡ଼: ସ୍ବାଧିନତାର ୭ ଦଶନ୍ଧି ପରେ ବି ଗ୍ରାମକୁ ଫିଟୁନି ରାସ୍ତା । ନିତିଦିନିଆ ଗମନାଗମନ ପାଇଁ ଉପାନ୍ତ ଅଞ୍ଚଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ l କେଉଁଠି କାଠ ପୋଲ ତ ଆଉ କେଉଁଠି ଜଙ୍ଗଲର ମାଟି ରାସ୍ତା ସାହା ପାଲଟିଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଉପାନ୍ତ ଅଞ୍ଚଳରେ ସାତ ସପନ ପଲଟିଛି ପକ୍କା ରାସ୍ତା

ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ପକ୍କା ରାସ୍ତା । ବନ୍ଧମୁଣ୍ଡା ପଞ୍ଚାୟତର ରାଆଁଳା, ତୁଲୁବି ଆଦି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ l ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟ ଦେଇ ଯାତାୟତ କରୁଛନ୍ତି । ରାଆଁଳା ଗ୍ରାମକୁ ଯିବାକୁ ହେଲେ ଗୋଟିଏ ନଦୀ ଦେଇ ଯିବାକୁ ପଡିଥାଏ l ରାସ୍ତା ନଥିବାରୁ ବିପଦପୂର୍ଣ୍ଣ ଭାବେ କାଠ ପୋଲରେ ଯିବା ଆସିବା କରୁଛନ୍ତି । ପୋଲ ନିର୍ମାଣ ପାଇଁ ଦାବି ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର 5 ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ସମ୍ପୂର୍ଣ୍ଣ ହୋଇପାରିନାହିଁ l ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି । ଲୋକଙ୍କ ମିଳିତ ସହାୟତାରେ କାଠ ପୋଲ ନିର୍ମାଣ କରିଛନ୍ତି । ବର୍ଷା ହେଲେ ଏହି ଗ୍ରାମଟି ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଥୁବାରୁ ଗମନାଗମନରେ ଅସୁବିଧା ପରିଲିକ୍ଷିତ ହୋଇଥାଏ ।

ଅନ୍ୟପକ୍ଷରେ ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀକାଳୀନ ସେବା ଏଠାରେ ପହଞ୍ଚିପାରେ ନାହିଁ । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ପୂର୍ବକ ପୋଲ ନିର୍ମାଣ କରି ଗମନାଗମନ ବନ୍ଦୋବସ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.