ETV Bharat / state

ନୟାଗଡ଼ ଡମ୍ଫର ଧକ୍କା ଘଟଣା, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

author img

By

Published : Nov 24, 2020, 4:53 PM IST

Updated : Nov 24, 2020, 7:21 PM IST

ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଧକ୍କାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ...

5 dead in a road accident, road accident in nayagarh, ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡମ୍ଫର ଧକ୍କାରେ 5 ମୃତ, ବଢ଼ିପାରେ ମୃତକଙ୍କ ସଂଖ୍ୟା, 5 ଜଣଙ୍କର ମୃତ୍ୟୁ, ଡମ୍ଫର ଧକ୍କା
ଡମ୍ଫର ଧକ୍କାରେ 5 ମୃତ, ବଢ଼ିପାରେ ମୃତକଙ୍କ ସଂଖ୍ୟା

ନୟାଗଡ଼: ନୟାଗଡ଼ ଶରଣକୁଳ ଥାନା ସୁଆରସାହିରେ ଘଟିଛି ଅଭାବନୀୟ ଘଟଣା । ନୟାଗଡ଼ରୁ ଓଡ଼ଗାଁ ଯାଉଥିବା ଡମ୍ଫର ଘଟାଇଛି ଦୁର୍ଘଟଣା । ଡ୍ରାଇଭର ଜଣଙ୍କର ସାମାନ୍ୟ ଅସାବଧାନତା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଛି l ଯେଉଁଥିରେ ଗୋଟିଏ ଗାଁର ୬ ଜଣଙ୍କର ମୃତ୍ୟୁ ଘଟିଛି ।

ଡମ୍ଫର ଧକ୍କାରେ 5 ମୃତ, ଅନେକ ଗୁରୁତର

ମିଳିଥିବା ସୂଚନା ମୁତାବକ, ନୟାଗଡ଼ରୁ ଓଡ଼ଗାଁ ଯାଉଥିବା ଡମ୍ପରଟିର ବ୍ରେକ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଛି । ଡମ୍ଫରଟି ଦୁଇଟି ସ୍ଥାନରେ ଦୁର୍ଘଟଣା କରିଥିଲା ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଶରଣକୁଳର ରାଜେଶ ମହାପାତ୍ର (୧୭) ସୁବାସିନୀ ସାହୁ (୪୨),ସରୋଜିନୀ ସାହୁ (୩୫), ନୀଳକଣ୍ଠ ମହାରଣା (୮୦), କାଜଲ ମହାରାଣା(୧୫), ପଦ୍ମଲୋଚନ ସାହୁ (୩୦) । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି l

ତେବେ ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଶରଣକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଛି ଡମ୍ଫରକୁ ଜବତ କରିଛି l ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି l ଲୋକେ ରାସ୍ତାକୁ ଓହ୍ଲାଇ କ୍ଷତିପୁରଣ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 24, 2020, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.