ETV Bharat / state

ଦୋଳ ଯାତ୍ରା ଦେଖି ଫେରିବାବେଳେ ଗଛରେ ପିଟି ହେଲା କାର, ଦୁଇ ମୃତ

author img

By

Published : Mar 18, 2022, 9:07 AM IST

Updated : Mar 18, 2022, 9:58 AM IST

ଗଛରେ ପିଟି ହେଲା କାର । ଦୁର୍ଘଟଣାରେ ଦୁଇ ମୃତ ଓ ଦୁଇ ଗୁରୁତର । ଅଧିକ ପଢନ୍ତୁ

Road Mishap: ଗଛରେ ପିଟି ହେଲା କାର୍, ଦୁଇ ମୃତ
Road Mishap: ଗଛରେ ପିଟି ହେଲା କାର୍, ଦୁଇ ମୃତ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ କୁର୍ଲୁଘାଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ପିଟି ହେଲା କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର । ମୃତକ ହେଲେ ଦିଗିସୋଲପା ଗ୍ରାମର ରିତିକ ବିଷୋୟୀ ଏବଂ ଉଦୟପୁର ଗ୍ରାମର ପ୍ରଦୀପ ଟାକରି । ଆହତମାନେ ଇନ୍ଦ୍ରାବତୀ ଗ୍ରାମର ସୌମ୍ୟ ରଞ୍ଜନ ନାୟକ ଏବଂ ଆଉଁଳିଗୁମ୍ମା ଗାଁର ଶ୍ରୀପତି କର୍କରା ବୋଲି ଜଣାପଡିଛି ।

Road Mishap: ଗଛରେ ପିଟି ହେଲା କାର୍, ଦୁଇ ମୃତ
Road Mishap: ଗଛରେ ପିଟି ହେଲା କାର୍, ଦୁଇ ମୃତ

ଆହତମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ଯାହା ସୂଚନା ମିଳିଛି, ଏହି ମୃତାହତମାନେ ଗତକାଲି(ଗୁରୁବାର) ରାତିରେ ତେନ୍ତୁଳିଖୁଣ୍ଟି ବ୍ଲକ ଡଦିଗିସଲପା ଗ୍ରାମରେ ଦୋଳ ପୂର୍ଣ୍ଣିମା ଯାତ୍ରା ଦେଖି ସାରିବା ପରେ କୌଣସି କାମ ନେଇ ଆଜି(ଶୁକ୍ରବାର) ଭୋରରୁ ଖାତିଗୁଡା ପଟରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ କୁର୍ଲୁଘାଟି ନିକଟରେ ଏକ ଆମ୍ବ ଗଛ ସହ ତାଙ୍କ କାର ପିଟି ହୋଇଥିଲା ।

ଦୋଳ ଯାତ୍ରା ଦେଖି ଫେରିବାବେଳେ ଗଛରେ ପିଟି ହେଲା କାର, ଦୁଇ ମୃତ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 18, 2022, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.