ETV Bharat / state

ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବା ପରଖିଲେ ତିନିଜଣିଆ ପ୍ରତିନିଧି ଦଳ

author img

By

Published : Feb 20, 2021, 9:39 PM IST

ନବରଙ୍ଗପୁରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ତିନିଜଣିଆ ପ୍ରତିନିଧି ଦଳ । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପରଖିବା ସହ ଡାକ୍ତରଖାନାର ବିଭିନ୍ନ ଓ୍ୱାର୍ଡ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ସ୍ୱାସ୍ଥ୍ୟ ସେବା ପରଖିଲେ ତିନିଜଣିଆ ପ୍ରତିନିଧି ଦଳ
ନବରଙ୍ଗପୁରରେ ସ୍ୱାସ୍ଥ୍ୟ ସେବା ପରଖିଲେ ତିନିଜଣିଆ ପ୍ରତିନିଧି ଦଳ

ନବରଙ୍ଗପୁର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି(ଶନିବାର) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ପରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଡିନ ଓ ପ୍ରିନ୍ସିପାଲ ଏସସିବି ମେଡିକାଲ କଲେଜ ଡ ଦତ୍ତେଶ୍ଵର ହୋତା, ଉପ ନିର୍ଦ୍ଦେଶକ ପ୍ରଫେସର ଡ. ଉମାକାନ୍ତ ଶତପଥି ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ।

ନବରଙ୍ଗପୁରରେ ସ୍ୱାସ୍ଥ୍ୟ ସେବା ପରଖିଲେ ତିନିଜଣିଆ ପ୍ରତିନିଧି ଦଳ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବିଭିନ୍ନ ୱାର୍ଡ ବୁଲି ଦେଖିଛନ୍ତି । ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ସେନେଇ ତଥ୍ୟ ସଂଗ୍ରହ କରିଥିଲେ । ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁ ହାର ଅଧିକ ଥିବାରୁ ଗର୍ଭବତୀ, ପ୍ରସୂତି, ଅପପୁଷ୍ଟିର ଶିକାର ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ଵାରୋପ କରଥିଲେ । ଏହି ପ୍ରତିନିଧି ଦଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତ୍ତାଙ୍କ ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଓ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସମନ୍ଵିତ ରୋଗ ସର୍ବେକ୍ଷଣ ସମ୍ମିଳନୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶୋଭାରଣୀ ମିଶ୍ର, ଡିପିଏମ ସୁଶାନ୍ତ ପ୍ରହରାଜ, ଅତିରିକ୍ତ ଜିଲ୍ଲାପାଳ ନିମାଇ ସୁତାର , ଉପଜିଲ୍ଲାପାଳ ଭାସ୍କର ରୋଇତ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.