ETV Bharat / state

ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ

author img

By

Published : Oct 13, 2022, 4:08 PM IST

Updated : Oct 13, 2022, 4:20 PM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ ଅଜଣା ରୋଗ ଆତଙ୍କ । ଦୁଇ ସପ୍ତାହରେ 5 ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । କେଉଁ କାରଣରୁ ଏପରି ହେଉଛି ତାର ଟେର ପାଉନାହିଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ
ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ

ନବରଙ୍ଗପୁର: ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ ଅଜଣା ରୋଗ ଆତଙ୍କରେ କୋକୁଆ ଭୟ ସୃଷ୍ଟି ହୋଇଛି। 14 ଦିନରେ 5 ମୁଣ୍ଡ ନେଲାଣି ଅଜଣା ରୋଗ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ମଦ୍ୟପାନ କାରଣରୁ ମୃତ୍ୟୁ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ମୃତ୍ୟୁର କାରଣ ଖୋଜୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ। ସେପଟେ ଖଣ୍ଡିଆଗୁଡ଼ା ଗ୍ରାମରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି। ଯୁଆଡେ ଚାହିବ କୁଢ କୁଢ ଆବର୍ଜନା ଓ ଖାଲି ଦେଶୀ ମଦ ପାଉଚ୍ ଭର୍ତ୍ତି ହୋଇଛି । ଅତ୍ୟଧିକ ମଦ୍ୟପାନ କରି ଲୋକଙ୍କ ଜୀବନ ଯାଉଥିବା ଅନୁମାନ କରାଯାଉଥିବାବେଳେ ପ୍ରକୃତ କାରଣର ଟେର ପାଉନାହିଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଗାଁରେ ଅଜଣା ରୋଗ ଆତଙ୍କୁ ନେଇ ପଢନ୍ତୁ ଏହି ବିଶେଷ ରିପୋର୍ଟ ।

ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ

ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଗାଁରେ 5ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ କହାଯାଉଛି । ପ୍ରଶାସନର ଆଖିଦୃଶିଆ ତତ୍ପରତା ଦେଖିବାକୁ ମିଳିଛି । ଗାଁରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁର କାରଣ ବିଷାକ୍ତ ମଦ ନାଁ ଅନ୍ୟ କିଛି ତାହାର ତଦନ୍ତ ହେବା ଜରୁରୀ ହୋଇଛି । ଅନ୍ୟପକ୍ଷରେ ଏହାକୁ ନେଇ ଗ୍ରାମବାସୀ ମନରେ ଅନ୍ଧବିଶ୍ବାସ ସ୍ଥାନ ନେଇଛି । ଗାଁରେ ଥିବା ଦେବୀ, ଦେବତାଙ୍କ ପୂଜାବିଧି ଠିକ୍‌ରେ ହେଉ ନ ଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀଙ୍କ ମନରେ ସନ୍ଦେହ ପଶିଛି । ଗାଁକୁ ଗୁଣିଆ ଆଣି ପୂଜା କରିବା କଥାକୁ ସ୍ବୀକାର କରିଛନ୍ତି ଗ୍ରାମବାସୀ ।

ଖଣ୍ଡିଆଗୁଡ଼ା ପରଜା ସାହିରେ ୬୦ ପରିବାର ବସବାସ କରୁଛନ୍ତି । 14 ଦିନ ମଧ୍ୟରେ ଉକ୍ତ ସାହିରୁ 5 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପ୍ଟେମ୍ବର୨୯ ତାରିଖ ଠାରୁ ଅକ୍ଟୋବର 10 ତାରିଖ ମଧ୍ୟରେ 5 ଜଣ ମୃତ୍ୟୁ ହୋଇଥିବାବେଳେ ମୃତକ ଙ୍କ ମଧ୍ୟରେ ଗୋଟିଏ ପରିବାର ର 3 ସଦସ୍ୟ ଅଛନ୍ତି । ସମସ୍ତ ମୃତକ ଗୋଟିଏ ସାହିର । ଏକାସଙ୍ଗେ 5ଜଣଙ୍କୁ ହରାଇ ଶୋକରେ ବୁଡିଛି ସମଗ୍ର ସାହି । ଦିନେ ଦୁଇଦିନ ବ୍ୟବଧାନରେ ଲୋକଙ୍କ ମୃତ୍ୟୁ ଘଟିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ଘଟଣାର ତଦନ୍ତ କରିବା ସହ ମଦ ନ ପିଇବା ପାଇଁ ଗାଁ ଲୋକଙ୍କୁ ସଚେତନ କରି ଫେରିଛି । ମୃତ୍ୟୁର କାରଣ ଅସ୍ବାସ୍ଥ୍ୟକର ପରିବେଶ, ଅତ୍ୟଧିକ ମଦ୍ୟପାନ ନା ଆଉ କିଛି ତାକୁ ନେଇ ଶୀଘ୍ର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟତା ରହିଛି । ପ୍ରଶାସନ ନଚେତିଲେ ଗାଁରେ ଅନ୍ଧବିଶ୍ବାସର ପରିଣତି ଭୟଙ୍କର ହେବାର ସମ୍ଭାବନା ରହିଛି । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଳୟ ତ୍ରିପାଠୀ କହିଛନ୍ତି, "ତେନ୍ତୁଳିଖୁଣ୍ଟି ସିଏଚସିର ଇନଚାର୍ଜ ଡାକ୍ତର ସମଲାଇ ପଣ୍ଡାଙ୍କୁ ଏନେଇ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ହେବ ।"

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 13, 2022, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.