ETV Bharat / state

ନବରଙ୍ଗପୁର ପୋଲିସକୁ ସଫଳତା, ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

author img

By

Published : Aug 29, 2020, 12:15 PM IST

ପୁଣି ନବରଙ୍ଗପୁର ଟାଉନ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଗୋଟିଏ ଟ୍ରକ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ 2 ଜଣକୁ ଅଟକ ରଖିଛି ପୋଲିସ ।

nabarangapur police
ଗୋଟିଏ ଟ୍ରକ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ନବରଙ୍ଗପୁର: ପୁଣି ନବରଙ୍ଗପୁର ଟାଉନ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଗୋଟିଏ ଟ୍ରକ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ 2 ଜଣକୁ ଅଟକ ରଖିଛି ପୋଲିସ ।

ଗୋଟିଏ ଟ୍ରକ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ତେବେ ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ନେଉନାହିଁ । ଲଗାତାର ଭାବେ କୋରାପୁଟ ଆଉ ମାଲକାନଗିରି ଜିଲାରୁ ଗଞ୍ଜେଇ କାର, ଟ୍ରକ ଏବଂ ବସ ଯୋଗେ ପଡୋଶୀ ଜିଲ୍ଲା କଳାହାଣ୍ଡି ଏବଂ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଏହାରି ମଧ୍ୟରେ ନବରଙ୍ଗପୁର ପୋଲିସ ବିଭାଗ ତପ୍ତରତା ଦେଖାଇ କିଛି ମାସ ମଧ୍ୟରେ ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି |

ଗତ ଦୁଇ ଦିନ ତଳେ ସିମିଳିଗୁଡାରୁ କଳାହାଣ୍ଡି ଯାଉଥିବା 2ଟି କାର ଏବଂ ଗୋଟିଏ ଟାଟା ମ୍ୟାଜିକ ଗାଡ଼ିରୁ 152କେଜି ଗଞ୍ଜେଇ ଜବତ କରି ଏଥିରେ ସମ୍ପୃକ୍ତ 6 ଜଣକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ପୁଣି କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସପି ନିତିନ କୁଲସେକରଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଉତ୍ତରପ୍ରଦେଶର ଏକ ଟ୍ରକକୁ ପିଛା କରିଥିଲେ ।

ତେବେ ଟ୍ରକଟିକୁ ନବରଙ୍ଗପୁର ଉମରକୋଟ ରାସ୍ତାରେ ଅଟକାଇ ଥାନାକୁ ଆଣି ସେଠାରେ ଚୋରା କେବିନ ମଧ୍ୟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ନବରଙ୍ଗପୁର ପୋଲିସ । ବର୍ତ୍ତମାନ ସୁଦ୍ଧା ଗଞ୍ଜେଇର ମାପ କରାଯାଇ ନଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି |

ପୋଲିସ ଏଥିରେ ସମ୍ପୃକ୍ତ 2ଜଣ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଅଟକ ରଖିଥିବା ବେଳେ ଗଞ୍ଜେଇ ସବୁ ଜୟପୁରରୁ ଉତ୍ତରପ୍ରଦେଶ ଯାଉଥିବା ଜଣାପଡିଛି | ଚଢାଉ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ଏସ. ପୂଜାରୀ, ଏଏସଆଇ ଏକେ. ଦେଓ, କୃଷ୍ଣ ବିଶୋଇ ଏବଂ ସାଗର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ |

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.