ETV Bharat / state

ନବରଙ୍ଗପୁରରେ ହୃଦୟ ବିଦାରକ ଦୃଶ୍ୟ: 18 ଘଣ୍ଟା ଧରି ପଡି ରହିଲା କୋରୋନା ରୋଗୀଙ୍କ ମୃତଦେହ

author img

By

Published : May 10, 2021, 7:18 AM IST

ନବରଙ୍ଗପୁର ଜିଲ୍ଲାର ଆସିଲା ହୃଦୟବିଦାରକ ଦୃଶ୍ୟର ଭିଡ଼ିଓ । ଭାଇର ମୃତଦେହକୁ ଟେକିପାରିନାହିଁ ଭାଇ । କାକୁତି ମିନତୀ ହେଉଛି ଭାଇ । ବହୁ ଚେଷ୍ଟା ପରେ ବି ମୃତଦେହ ବାହକ ଗାଡି ଭିତରେ ଭର୍ତ୍ତି କରିବାରେ ଅସମର୍ଥ ହେଉଛି । ଅଧିକ ପଢନ୍ତୁ...

No one touch Corona patient's body
କୋରୋନା ରୋଗୀର ମୃତଦେହକୁ କେହି ଛୁଇଁଲେନି, ମେଡିକାଲରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

ନବରଙ୍ଗପୁର: ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପରିସରରେ ଆସିଲା ହୃଦୟବିଦାରକ ଦୃଶ୍ୟର ଭିଡ଼ିଓ । ଭାଇର ମୃତଦେହକୁ ଟେକିପାରିନାହିଁ ଭାଇ । କାକୁତି ମିନତୀ ହେଉଛି ଭାଇ । ବହୁ ଚେଷ୍ଟା ପରେ ବି ମୃତଦେହ ବାହକ ଗାଡି ଭିତରେ ଭର୍ତ୍ତି କରିବାରେ ଅସମର୍ଥ ହେଉଛି । କୋରୋନା ଆଶଙ୍କା କରି ପାଖକୁ ଯାଉନାହାନ୍ତି କେହି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମାନବିକତା ହଜିଯାଇଛି । ମୃତଦେହକୁ ଗାଡିକୁ ଟେକିଦେବାପାଇଁ ମଧ୍ୟ କେହି ନଆସି ଚୁପ ବସିଥିଲେ କର୍ତ୍ତୃପକ୍ଷ। ମୃତ ଭାଇର ମୃତଦେହକୁ ଛାଡି ଯାଇପାରୁନାହିଁ ଭାଇ କିମ୍ବା ଗାଡିକୁ ଉଠାଇବାରେ ସମର୍ଥ ହେଉନି ।

କୋରୋନା ରୋଗୀର ମୃତଦେହକୁ କେହି ଛୁଇଁଲେନି, ମେଡିକାଲରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ଗତ ମାସ ଏପ୍ରିଲ୍ ୨୭ ତାରିଖରେ ହଠାତ ଦେହାନ୍ତ ହୋଇଥିଲା । ଏହି ଦୃଶ୍ୟ ହେଉଛି ତାଙ୍କ ପୁତ୍ର ରବିନାରାୟଣ (୨୪)ଙ୍କ କୋରୋନା ସଂକ୍ରମିତ ଆଶଙ୍କା କରି ପାଖକୁ କେହି ଯାଇନଥିଲେ | ଏହି ଘଟଣା ଘଟିଥିଲା ୪ ତାରିଖ ରାତି ୧୦ ଘଣ୍ଟା ସମୟରେ । ୮ ଦିନରେ ଏହି ପରିବାର ତିନିଜଣଙ୍କ ମୃତ୍ୟୁବରଣ କରିଛନ୍ତି | ଗତ ୪ ତାରିଖରେ ରବିନାରାୟଣ ଆଚାର୍ଯ୍ୟ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ଏକ ଅଟୋରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଦେଖିବାପରେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ହଠାତ ତାଙ୍କ ଅମ୍ଳଜାନସ୍ତର ୯କୁ ଖସି ଆସିଲା ସେପଟେ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ | କିନ୍ତୁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ କର୍ତବ୍ୟ ଏବଂ ମାନବିକତା ଦୃଷ୍ଟିରୁ ମୃତଦେହକୁ ଗାଡ଼ିରେ ଭର୍ତ୍ତି କରିବା କଥା । ଏକାକି ମୃତ ରବିନାରାୟଣଙ୍କ ଭାଇ ବହୁ ଚେଷ୍ଟା କରି ପ୍ରାୟ ୩୦ ମିନିଟରୁ ଊର୍ଦ୍ଧ୍ବ ସମୟ ବିଫଳ ହେବାପରେ ଦୁଇଜଣ ସହଯୋଗର ହାତ ବଢ଼ାଇବା ପରେ ମୃତଦେହକୁ ଗାଡିକୁ ନେଇଥିଲେ ।

ସେପଟେ ମୃତଦେହକୁ ଦାହ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡ଼ାର ସମାଜସେବୀ ସାଧୁସୁଦନ ବରାଳ , ଦ୍ୟୁତୀକୃଷ୍ଣ ପଣ୍ଡା, ଅବନୀ ମିଶ୍ର , ପ୍ରଦୀପ ସାହା ପ୍ରମୁଖ | ସହାୟତାର ହାତ ବଢ଼ାଇ ନବରଙ୍ଗପୁର ସହର ନିକଟସ୍ଥ ଇନ୍ଦ୍ରାବତୀ ନଦୀକୂଳରେ ଅନ୍ତିମ ସଂସ୍କାର ପାଇଁ ପୌର ପରିଷଦ ନିକଟରେ ଧାର୍ଯ୍ୟ ଟଙ୍କା ପୈଠ କରିଥିଲେ । ଅପେକ୍ଷା କରିଥିବାବେଳେ ମୃତ ରବିନାରାୟଣଙ୍କୁ ମୃତ ବାହକ ଗାଡ଼ିରେ ତାଙ୍କ ବଡ ଭାଇ ମନୋରଞ୍ଜନ ଆଚାର୍ଯ୍ୟ ଧରି ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଶ୍ମଶାନ ପରିବର୍ତ୍ତେ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡା ସ୍ଥିତ ପ୍ରକଳ୍ପ ସରକାରୀ ବାସ ଭବନକୁ ଚାଲି ଆସିଥିଲେ | ସେଠାରେ ମଧ୍ୟ ତାଙ୍କୁ କେହି ସହଯୋଗ ନକରିବାରୁ ମୃତଦେହଟି ଘର ଆଗରେ ପଡି ରହିଥିଲା | ଦୀର୍ଘ ୧୮ ଘଣ୍ଟା ପରେ ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ଆର୍ଥିକ ସହଯୋଗରେ ମୃତଦେହକୁ ପୁଣି ନବରଙ୍ଗପୁର ନେଇ ଦାହ କରାଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.