ETV Bharat / state

ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷାରେ ୯୭୩ ପିଲା ଅନୁପସ୍ଥିତ, ସରକାରଙ୍କୁ ଘେରିଲା ଛାତ୍ର କଂଗ୍ରେସ

author img

By

Published : Mar 14, 2023, 11:14 AM IST

ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷାରେ ୯୭୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ନବରଙ୍ଗପୁର ଛାତ୍ର କଂଗ୍ରେସ ପ୍ରେସମିଟ୍
ନବରଙ୍ଗପୁର ଛାତ୍ର କଂଗ୍ରେସ ପ୍ରେସମିଟ୍

ସରକାରଙ୍କୁ ଘେରିଲା ଛାତ୍ର କଂଗ୍ରେସ

ନବରଙ୍ଗପୁର: ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ହେଲେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସୁନାହାନ୍ତି । ନବରଙ୍ଗପୁର ଜିଲ୍ଲାରେ କେବଳ ୯୭୩ ଜଣ ପିଲା ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । ସେମାନେ ଫର୍ମ ପୂରଣ କରିଥିଲେ ହେଁ ପରୀକ୍ଷା ଦେଉନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ନବରଙ୍ଗପୁର ଛାତ୍ର କଂଗ୍ରେସ । ଏହି ପିଲାମାନେ ରୋଜଗାର ପାଇଁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଚାଲିଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ପ୍ରକୃତରେ ଏହି ପିଲାମାନେ ନିଜେ ଫର୍ମ ପୂରଣ କରିଥିଲେ ନା କେବଳ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢାଇ ସେମାନଙ୍କ ନାଁରେ ଷ୍ଟାଇପେଣ୍ଡ ଟଙ୍କା, ପୋଷାକ ପତ୍ର ପାଇଁ ଆସିଥିବା ଟଙ୍କା ଆତ୍ମସାତ୍ କରିବାକୁ ଏହା ଷଡଯନ୍ତ୍ର ବୋଲି ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ଜିଲ୍ଲା ଛାତ୍ର କଂଗ୍ରେସ ।

AICC ମେମ୍ବର ତଥା ଛାତ୍ର କଂଗ୍ରେସ ସଦସ୍ୟ ମନସା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ମନସା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇ କହିଛନ୍ତି, "କେବଳ ୫-ଟି ନାଁରେ କୋଠାବାଡି ତିଆରି ଚାଲିଛି । ବାସ୍ତବରେ ମାଟ୍ରିକ ପଢ଼ୁଥିବା ୧୫ ବର୍ଷ ଛାତ୍ର ପାଠ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏହାକୁ ନେଇ ଆଜି ନବରଙ୍ଗପୁର ଜିଲ୍ଲା ଲଜ୍ଜିତ । ରାଜ୍ୟ ସରକାର ତୁରନ୍ତ ଏ ଘଟଣାରେ ହସ୍ତକ୍ଷେପ କରି ପ୍ରକୃତ ସତ୍ୟାସତ୍ୟ ବାହାର କରନ୍ତୁ ।"

ଏହାମଧ୍ୟ ପଢନ୍ତୁ: 18 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଏତେ ସଂଖ୍ୟାରେ ପରୀକ୍ଷାର୍ଥୀ ପରୀକ୍ଷା ନ ଦେବା ପଛର ରହସ୍ୟ ଯଦି ଉନ୍ମୋଚନ ନହୁଏ ତାହାହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ । ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ସଦସ୍ୟ ମନସା ତ୍ରିପାଠୀ । ତେବେ କେବଳ ନବରଙ୍ଗପୁରରେ ନୁହେଁ, ପ୍ରାୟ ସବୁ ଜିଲ୍ଲାରେ ଛାତ୍ରୀଛାତ୍ରୀ ଫର୍ମପୂରଣ କରି ମାଟ୍ରିକ ପରୀକ୍ଷା ଦେଉନଥିବା ଘଟଣା ସାମ୍ନାକୁ ଆସୁଛି । ପିଲା ପରୀକ୍ଷା ଦେବାକୁ ଫର୍ମ ପୂରଣ କରୁଛନ୍ତି ହେଲେ ପରୀକ୍ଷା ବେଳକୁ କୁଆଡେ ଗାଏବ ହୋଇଯାଉଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.