ETV Bharat / state

ଜଳବାୟୁ ପରିବର୍ତ୍ତନ ମୁକାବିଲା, ନବରଙ୍ଗପୁରବାସୀ ସାଜିଛନ୍ତି ଜାଗ୍ରତ ପ୍ରହରୀ

author img

By ETV Bharat Odisha Team

Published : Jan 15, 2024, 2:02 PM IST

Updated : Jan 15, 2024, 2:30 PM IST

Awareness on forest fire prevention: ଜଙ୍ଗଲ କ୍ଷୟକୁ ରୋକିବା ପାଇଁ ସଚେତନ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାବାସୀ । 5 ବର୍ଷ ପୂର୍ବେ ଯେଉଁ ଅଞ୍ଚଳରେ ହେଉଥିବା ପୋଡୁଚାଷ ଏବେ ସେଠି ସୃଷ୍ଟି ହେଉଛି ନୂଆ ଜଙ୍ଗଲ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ ।

ଜଳବାୟୁ ପରିବର୍ତ୍ତନ ମୁକାବିଲା, ଉପାନ୍ତବାସୀ ସାଜିଛନ୍ତି ଜାଗ୍ରତ ପ୍ରହରୀ
ଜଳବାୟୁ ପରିବର୍ତ୍ତନ ମୁକାବିଲା, ଉପାନ୍ତବାସୀ ସାଜିଛନ୍ତି ଜାଗ୍ରତ ପ୍ରହରୀ

ଜଳବାୟୁ ପରିବର୍ତ୍ତନ ମୁକାବିଲା, ଉପାନ୍ତବାସୀ ସାଜିଛନ୍ତି ଜାଗ୍ରତ ପ୍ରହରୀ

ନବରଙ୍ଗପୁର: ପୃଥିବୀ ପାଇଁ ସଙ୍କଟ ସାଜିଛି ଜଳବାୟୁ ପରିବର୍ତ୍ତନ । ଯାହାର ଗଭୀର ପ୍ରଭାବ ଜୀବ ଜଗତ ଉପରେ ପଡୁଛି । ଏହି ସଙ୍କଟର ମୁଖ୍ୟ କାରଣ ଜଙ୍ଗଲ କ୍ଷୟ । ଏହି ସମସ୍ୟାର ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବି ଏହାକୁ ନେଇ ଲୋକେ ବେଶ୍ ସଚେତନ । ଏହି ଉପାନ୍ତ ଜିଲ୍ଲାର ଲୋକେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ମର୍ମେ ମର୍ମେ ବୁଝି ଜଙ୍ଗଲ ନଷ୍ଟ ହେବାରୁ ରୋକିବାକୁ ଚେଷ୍ଟା ଚଳାଇଛନ୍ତି । ପୂର୍ବରୁ ପୋଡୁ ଚାଷ ଯୋଗୁ ଏକର ଏକର ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବେଳେ ଏବେ କେଉଁଠି ଟିକେ ନିଆଁ ଦେଖାଗଲେ ଗାଁ ଲୋକମାନେ ମିଳିମିଶି ସେହି ନିଆଁ ଲିଭାଇ ଦେଉଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନିରବି ଯାଉଛି ପାହାଡ଼ର ସ୍ବର ! ଗୋଟି ଗୋଟି ହୋଇ ମାଟିରେ ଲୋଟି ପଡ଼ୁଛି ବୃକ୍ଷରାଜି

ଏନେଇ ବନ କର୍ମଚାରୀଙ୍କ କହିବା କଥା, ଗତ 5 ବର୍ଷ ପୂର୍ବେ ଏହି ଅଞ୍ଚଳର ଲୋକମାନେ ପୋଡୁ ଚାଷ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିଲେ । ଯେଉଁଥିପାଇଁ ଗଛ ପତ୍ର ପୋଡିଯିବା ସହ ଜଙ୍ଗଲୀ ଜନ୍ତୁମାନେ ବି ବେଶ୍ ପ୍ରଭାବିତ ହେଉଥିଲେ । ତେବେ ବନ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ ଡକାଯାଇ ଏନେଇ ସଚେତନତନା ସୃଷ୍ଟି କରିବା ପରେ ଲୋକମାନେ ବେଶ ସଚେତନ ହୋଇଛନ୍ତି । ବର୍ତ୍ତମାନ ଲୋକମାନେ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଲେ ସେମାନେ ବନ କର୍ମଚାରୀଙ୍କ ସହ ମିଶି ନିଆଁ ଲିଭାରେ ସାହାଯ୍ୟ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟବାସିନ୍ଦା ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଜଙ୍ଗଲ ନଷ୍ଟ ନ କରି ଜଙ୍ଗଲରୁ ସୁରକ୍ଷା ଦେଉଛୁ ବୋଲି କହିଛନ୍ତି ସ୍ଥାନୀୟଲୋକେ ।

ଏହାମଧ୍ୟ ପଢନ୍ତୁ.. କାମ ଦେଉଛି ସଚେତନତା, କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ହେନ୍ତାଳ ବଣ

ତେବେ ଜଙ୍ଗଲ, ଗଛ ପୋଡ଼ିରୁ ରକ୍ଷା କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି ଯାହାକି ଆଗମୀ ଦିନପାଇଁ ଶୁଭଙ୍କର ଘଟଣା । ଗତ କିଛି ବର୍ଷ ହେଲା ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅନେକ ସଚେତନ କରାଯାଉଛି। ଜଙ୍ଗଲ ବିଭାଗର ଅଧିକାରୀମାନେ ଏହାକୁ ଗୁରୁତର ସହ ନେଇ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଯେଉଁଥିପାଇଁ ଲୋକମାନେ ବି ଜଙ୍ଗଲ କ୍ଷୟ ନହେବା ନେଇ ବେଶ ସଚେତନ ହୋଇଗଲେଣି । ଜଙ୍ଗଲ ନଷ୍ଟ ହେବାକୁ ରୋକା ଯାଉଥିବାରୁ ଏହି ଅଞ୍ଚଳର ଜଳବାୟୁ ଉପରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ଜଙ୍ଗଲ ଉପରେ ନବରଙ୍ଗପୁର ଜିଲ୍ଲାବାସୀ ଅଧିକ ନିର୍ଭର କରିଥାନ୍ତି । ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ଵ ଦେଇ ଏହି ଉପାନ୍ତ ଜିଲ୍ଲାବାସୀଙ୍କ ମହାନ ଉଦ୍ୟମ ସତରେ ପ୍ରଶଂସନୀୟ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jan 15, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.