ETV Bharat / state

ଇସ୍ତଫା ଦେଲେ ନବରଙ୍ଗପୁର କଂଗ୍ରେସ ସଭାପତି, ମୁନାଙ୍କ ପରେ ଭୁଜବଳଙ୍କୁ ଦାୟିତ୍ବ

author img

By ETV Bharat Odisha Team

Published : Jan 17, 2024, 10:52 PM IST

Munna Tripathy Resigns: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ମୁନା ତ୍ରିପାଠୀ। ନୂଆ ସଭାପତି କିଏ ହେଲେ ଜାଣନ୍ତୁ

munna tripathy resigns
ମୁନା ତ୍ରିପାଠୀଙ୍କ ଇସ୍ତଫା
ମୁନା ତ୍ରିପାଠୀଙ୍କ ଇସ୍ତଫା

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ମୁନା ତ୍ରିପାଠୀ । ନିଜର ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ମନୋରଞ୍ଜନ ତ୍ରିପାଠୀ (ମୁନା)। ଏନେଇ ମୁନା ତ୍ରିପାଠୀ କହିଛନ୍ତି, ମୁଁ କଂଗ୍ରେସ ସହ ଜଡିତ ଅଛି । ମୋ ଝିଅ ମଧ୍ୟ କଂଗ୍ରେସ ସହ ଜଡିତ । ମୁଁ ବ୍ୟକ୍ତିଗତ କାରଣରୁ ସଭାପତି ପଦ ଛାଡିଛି । କିନ୍ତୁ କଂଗ୍ରେସ ଦଳ ସହ ରହିଛି।" ଅପରପକ୍ଷେ ମୁନାଙ୍କ ଇସ୍ତଫା ପରେ ଭୁଜବଳ ମାଝୀ ହେଲେ ନବରଙ୍ଗପୁର ଜିଲ୍ଲାର ନୂଆ ସଭାପତି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପୂର୍ବତନ ବିଧାୟକ ତଥା ବରିଷ୍ଠ ଅନୁସୂଚିତ ଜନଜାତି ବର୍ଗର ନେତା ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଆଡହକ୍ ସଭାପତି ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନ୍ୟସ୍ତ ହୋଇଥିବା ଦାୟିତ୍ୱକୁ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିବେ ବୋଲି ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ବଦଳୁଛି ରାଜ୍ୟ କଂଗ୍ରେସର ରଣନୀତି। ସଂଗଠନକୁ ତୃଣମୁଳ ସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ପରିବର୍ତ୍ତନ କରାଯାଉଛି। ସେହିକ୍ରମରେ ଆଜି ନବରଙ୍ଗପୁର ଜିଲ୍ଲା ସଭାପତି ଭାବେ ବରିଷ୍ଠ ଆଦିବାସୀ ନେତା ଭୁଜବଳ ମାଝୀଙ୍କୁ ଦାୟିତ୍ୱ ଦେଇଛି ଦଳ।ନବରଙ୍ଗପୁର ଜିଲ୍ଲାରେ ମୁନା ତ୍ରିପାଠୀ ଜିଲ୍ଲା ସଭାପତି ଭାବେ ଦୀର୍ଘବର୍ଷ ହେବ ଦାୟିତ୍ୱରେ ଥିଲେ। ମୁନାଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡୁଛି । ଜିଲ୍ଲାରେ ଅନ୍ୟ ଏକ ଗୋଷ୍ଠୀ ମୁନାଙ୍କ ବିରୋଧରେ ଭୁବନେଶ୍ୱର ଆସି କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଆଗରେ ପୂର୍ବରୁ ଫେରାଦ ହୋଇଥିବାର ନଜିର ରହିଛି।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର, ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ସାମିଲ

ଦକ୍ଷିଣ ଓଡିଶାରେ କଂଗ୍ରେସର ଅଧିକ ସିଟ କିଭଳି ଆସିବ ବୋଲି ଆଶା ରଖିଛି କଂଗ୍ରେସ । ସେଥିପାଇଁ ପ୍ରଦେଶ କଂଗ୍ରେସର ନଜର ଦକ୍ଷିଣ ଓଡ଼ିଶା ଉପରେ ଥିବା ଚର୍ଚ୍ଚା ହେଉଛି । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଜୟପୁର ଏବେ କଂଗ୍ରେସ ହାତରେ। ସେହିପରି ନବରଙ୍ଗପୁରରେ ମଧ୍ୟ କଂଗ୍ରେସର ସ୍ଥିତି ଭଲ ରହିଛି । ରାୟଗଡା, ଲକ୍ଷ୍ମୀପୁର, ଗୁଣୁପୁର , ମାଲକାନଗିରିରେ ମଧ୍ୟ କଂଗ୍ରେସ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣା। ତେବେ ଆଗକୁ କଂଗ୍ରେସର ଆଭିମୁଖ୍ୟ କ'ଣ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.