ETV Bharat / state

ରାସ୍ତାରେ ସାଇକେଲ ଚଳାଇ କଂଗ୍ରେସର ତୈଳଦର ବୃଦ୍ଧି ପ୍ରତିବାଦ

author img

By

Published : Jul 10, 2021, 8:49 AM IST

ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ
ତୈଳ ଦର ବୃଦ୍ଧି ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟରେ ବର୍ଦ୍ଧିତ ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ନବରଙ୍ଗପୁର କଂଗ୍ରେସ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କରିଛି । ଏହାସହ ମଣ୍ଡିରେ ଚାଷୀଙ୍କ ସମସ୍ୟା, ଟୋକନର ସମୟ ସୀମା ବୃଦ୍ଧି, ଧାନର ଏମଏସପି ଦର ୨୯୩୦ ଟଙ୍କାକୁ ବୃଦ୍ଧି ଆଦି ଅନେକ ଦାବି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପନ୍ଥା ଦର୍ଶାଇ ଏହାର ପ୍ରତିବାଦ କରିଥିଲେ । ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଜିଲ୍ଲା ପୌରପରିଷଦ ମଧ୍ୟରେ ସାଇକେଲ ରାଲିର ଆୟୋଜନ କରି ପ୍ରତିବାଦ କରିବା ସହ ଆସନ୍ତା ଦିନରେ ଯଦି ଏସବୁ ଦାବି ପ୍ରତି ଉଭୟେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ନ ଦିଅନ୍ତି, ତାହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।

ସାଇକେଲ ରାଲିକୁ ବରିଷ୍ଠ କଂଗ୍ରେସ ନେତା ସଦନ ନାୟକ ଦଳୀୟ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ମୁନ୍ନା ତ୍ରିପାଠୀ, ପିସିସି ସଭ୍ୟ ଦିଲ୍ଲିପ ବେହେରା, ସରୋଜ ପାତ୍ର, ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ବ୍ଲକ ସଭାପତି ଭୀମ ହରିଜନ, ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.