ETV Bharat / state

ହୀରା କାରବାରରେ ବାପ ପୁଅଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ

author img

By

Published : Jun 10, 2022, 10:06 PM IST

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳର ବାପ ପୁଅ ଦୁଇ ଜଣଙ୍କୁ ଚୋରା ହୀରା କାରବାରରେ ଗିରଫ କରିଛି ଛତିଶଗଡ ପୋଲିସ । ଅଧିକ ପଢନ୍ତୁ

ହୀରା କାରବାରରେ ବାପ ପୁଅଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ
ହୀରା କାରବାରରେ ବାପ ପୁଅଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳର ବାପ ପୁଅ ଦୁଇ ଜଣଙ୍କୁ ଚୋରା ହୀରା କାରବାରରେ ଗିରଫ କରିଛି ଛତିଶଗଡ ପୋଲିସ । ସେମାନଙ୍କ ଠାରୁ ପୋଲିସ ଗୋଟାଏ ସ୍କୁଟି ସହିତ ୭୪୫ କ୍ୟାରେଟ୍ ହୀରା ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି (ଟୋଲା) ଗ୍ରାମର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି । ଛତିଶଗଡର ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଶୋଭା ଥାନାରୁ ଏହି ସୂଚନା ମିଳିଛି ।

ହୀରା କାରବାରରେ ବାପ ପୁଅଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ

ସୂଚନା ଅନୁଯାୟୀ, ଭାରସୁଣ୍ଡି (ଟୋଲା) ଗ୍ରାମର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ଦୁହେଁ ଏକ ସ୍କୁଟିରେ ହୀରା ନେଇ ଚୋରା କାରବାର କରିବାକୁ ରାୟପୁର ଅଭିମୁଖେ ଯାଉଥିଲେ । ଅପରପକ୍ଷରେ ପୂର୍ବରୁ ଛତିଶଗଡ ଅନ୍ତର୍ଗତ ଶୋଭା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ପୋଲିସଙ୍କୁ ଦେଖି ଉଭୟ ବାପ ପୁଅ ସ୍କୁଟି ସହିତ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ । ଜବତ ହୋଇଥିବା ହୀରା ୭୪୫ କ୍ୟାରେଟର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଶୋଭା ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ଘଟଣାର କିଛି ଦିନ ପୂର୍ବେ ରାଇଘର ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଛତିଶଗଡ ଅନ୍ତର୍ଗତ ବୋରେଇ ପୋଲିସ ପକ୍ଷରୁ ଜବତ ହୋଇଥିଲା । ଏହିଭଳି ବିଭିନ୍ନ ସମୟରେ ରାଇଘର ଅଞ୍ଚଳ ଦେଇ ଯାଉଥିବା ବିଭିନ୍ନ ଚୋରା କାରବାର ଉପରେ ଚଢାଉ କରି ଛତିଶଗଡ଼ ପୋଲିସ ସଫଳତା ହାସଲ କରୁଥିବା ବେଳେ ଓଡିଶା ପୋଲିସ କିନ୍ତୁ, ନୀରବ ଦ୍ରଷ୍ଟା ସାଜିଥିବା ଭଳି ମନେହେଉଛି । ଏହି ରାସ୍ତା ଦେଇ ଓଡ଼ିଶା ଛତିଶଗଡ ସୀମାରେ କୁନ୍ଦେଇ ଥାନା ରହୁଛି, ହେଲେ ଏହିଠାରୁ ଖସି ଛତିଶଗଡରେ ଚୋରା ବେପାରୀ ଧରାପଡ଼ିବା ପୋଲିସର ପରିବା ପଣିଆ ଉପରେ ଅଙ୍ଗୁଳି ଉଠୁଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.