ETV Bharat / state

ଶିକ୍ଷା ବ୍ୟବସ୍ଥାକୁ ଆଖି ଠାର, କୁଡିଆ ଘରେ ଚାଲିଛି ପିଲାଙ୍କ ପାଠପଢା

author img

By

Published : Jul 6, 2023, 2:20 PM IST

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଖନାଗୁଡ଼ା ଗାଁରେ କୁଟାକାଠିରେ ତିଆରି କାନ୍ଥ ଓ ପାଲଟଣା ଛାତ ତଳେ ଚାଲିଛି ପାଠପଢା । ଅଧିକ ପଢନ୍ତୁ

no anganwadi center in pakhanaguda village
no anganwadi center in pakhanaguda village

no anganwadi center in pakhanaguda village

ନବରଙ୍ଗପୁର: ଅଙ୍ଗନବାଡିରେ ପଡେ ପିଲାଙ୍କ ମୂଳାଦୁଆ । ତିଆରି ହୁଏ ଭବିଷ୍ୟତ । କିନ୍ତୁ ଏଠି କୁଟାକାଠିରେ ତିଆରି କାନ୍ଥ ଓ ପାଲଟଣା ଛାତ ତଳେ ଚାଲିଛି ପାଠପଢା । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଖନାଗୁଡ଼ା ଗାଁରେ । ସରକାରଙ୍କ ମାଳ ମାଳ ଯୋଜନା ଏଠାକାର ଲୋକ ପାଇଁ ସତେ ଯେମିତି ସାତ ସପନ । କୁନି ପିଲାଙ୍କ ପାଠପଢା ପାଇଁ ଅଙ୍ଗନୱାଡି କେନ୍ଦ୍ର ଅଛି ହେଲେ କେନ୍ଦ୍ରର ନିର୍ମାଣ କାମ ସରି ନଥିବାରୁ ଖୋଲା ଆକାଶ ତଳେ ଏମିତି ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ।

ତେବେ ଗାଁରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଦୀର୍ଘ ଦିନରୁ ଘର କାମ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ତାହା ଅଧା ପନ୍ତରିଆ ହୋଇ ପଡି ରହିଛି l ଠିକାଦାର କାମ ସାରୁନାହିଁ କି ପ୍ରଶାସନ ମଧ୍ୟ ତତ୍ପରତା ଦେଖାଉ ନାହିଁ l ଆଉ ଏହାରି ମଧ୍ୟରେ ତିଆରି ହେଉଥିବା ଘର ମଧ୍ୟ ନଷ୍ଟ ହେବାକୁ ବସିଲାଣି । ତେଣୁ ଖରାତରାରେ ଦୀର୍ଘ ବର୍ଷ ହେଲା ପିଲାଏ ଏମିତି ପାଠ ପଢ଼ୁଥିବା ଅଭିଯୋଗ ହୋଇଛି ।

ସେହିପରି ଶିକ୍ଷାକ୍ଷେତ୍ରରେ ଉନ୍ନତି ଓ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ଏହା କେତେ କାମରେ ଲାଗୁଛି ତାହା ସ୍ପଷ୍ଟ ଅନୁମେୟ କରି ହେଉଛି । କିଏ କହୁଛି 2ରୁ 4 ବର୍ଷ ହେଲା ପଖନାଗୁଡ଼ା ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରର ଏମିତି ଅବସ୍ଥା ରହିଛି ତ ଆଉ କିଏ କହୁଛି ଦୀର୍ଘ ବର୍ଷ ଧରି ଏମିତି ଚାଲି ଆସୁଛି । ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ପିଲା କେଉଁଠି ବସି ଶିକ୍ଷା ପାଇବେ ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅଙ୍ଗନୱାଡି କର୍ମୀ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଦିଦିଙ୍କ ଘରେ ଚାଲିଛି ପିଲାଙ୍କ ପାଠପଢା

ଏନେଇ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ କହିଛନ୍ତି,"ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ । ସେହି ସ୍ଥାନକୁ ଯାଇ ତଦାରଖ କରିବି ଯଦି କିଛି ଅସୁବିଧା ଥିବ ତାହାଲେ ଯଥାଶୀଘ୍ର ସମସ୍ୟାର ସମଧାନ କରିବାକୁ ଚେଷ୍ଟା କରିବି । ଅଙ୍ଗନବାଡି କେନ୍ଦ୍ରର କାମ ଚାଲିଛି ଯାହା ଅତିଶୀଘ୍ର ସରିଯିବ । ଏହାପରେ ଯଥାଶୀଘ୍ର ପିଲାଙ୍କୁ ସେଠାକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିବୁ ।"

ସେହିପରି ଅନ୍ୟପଟେ ୱାର୍ଡ ମେମ୍ବର ଉର୍ଦ୍ଧବ ଭତ୍ରା କହିଛନ୍ତି, "ଆଜିକୁ ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଏପରି ଭାବରେ ପିଲାଙ୍କୁ ପାଠ ପଢା ହେଉଛି । ଆଉ ଯେଉଁ ଅଙ୍ଗନବାଡି କେନ୍ଦ୍ର ତିଆରି ଚାଲିଛି ତାହାର କାମ ଆଜି ଯାଏଁ ଶେଷ ହୋଇପାରିନି । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହାର କୌଣସି ସମାଧାନ ହୋଇପାରୁନି ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.