ETV Bharat / state

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

author img

By

Published : Jan 6, 2021, 10:42 PM IST

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆହାରବନ୍ଧ ଗ୍ରାମରେ । ଅଧିକ ପଢନ୍ତୁ...

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ
ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ରାଇରଙ୍ଗପୁର: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆହାରବନ୍ଧ ଗ୍ରାମରେ ।

ସୂଚନା ଅନୁଯାୟୀ ଆହାରବନ୍ଧ ଗ୍ରାମର ଜନୈକ ବିବାହିତା ମହିଳା ଜଣକ ନିଜ ଘରେ ଶୋଇଥିବାବେଳେ ଉକ୍ତ ଗ୍ରାମର ଟୁକୁ ପାତ୍ର ନାମକ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣକ ଶାଶୁ ଓ ଛୁଆମାନଙ୍କ ସହ ରହୁଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।

ପରେ ପରିବାର ଲୋକଙ୍କ ପାଟି ଶୁଣି ଅଭିଯୁକ୍ତ ଟୁକୁ ପାତ୍ର ଦୌଡ଼ି ପଳାଇ ଯାଇଥିଲେ । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ଟୁକୁ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.