ETV Bharat / state

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

author img

By

Published : Sep 29, 2022, 6:37 PM IST

Updated : Sep 29, 2022, 7:01 PM IST

ଯୁବକଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ଗ୍ରାମର କଦମଡିହା ସାହିରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ଗ୍ରାମର କଦମଡିହା ସାହିରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ମୃତକ‌ ଜଣକ ହେଲେ ରାଜେନ୍ଦ୍ର ତାମୁଡିଆ (୨୫) । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ମୃତ ରାଜେନ୍ଦ୍ର ଗୋରୁମହିଷାଣୀ ଅଞ୍ଚଳରେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା କାର୍ଯ୍ୟ କରୁଥିଲେ। ଗତକାଲି(ବୁଧବାର)ରାତିରେ ସେ ଗୋରୁମହିଷାଣୀରୁ ନିଜ ଗାଁ ବାସିଙ୍ଗୀକୁ ଆସିଥିଲେ ।

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ଆଜି ସକାଳୁ ରାଜେନ୍ଦ୍ରଙ୍କ ମୃତଦେହ କଦମଡିହା ସାହିରେ ଥିବା ଜଣେ ବ୍ୟକ୍ତିଙ୍କ ତାଲା ବନ୍ଦ ଥିବା ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହାପରେ ବହଳଦା ଥାନା ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବରପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ । ତା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡକାଇ ଥିଲେ। ତଦନ୍ତ ପରେ ବହଳଦା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ।

ସେପଟେ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ କିଏ ଏବଂ କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ତାହା ଏବେ ସନ୍ଦେହ ଘେରରେ । ଏସବୁ ଦିଗରୁ ତଦନ୍ତ ଜାରି ରଖିଛି ବହଳଦା ଥାନା ପୋଲିସ । ଏହାସହ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ମୃତ ରାଜେନ୍ଦ୍ରଙ୍କ ସ୍ତ୍ରୀ ଉର୍ମିଳା ତାମୁଡିଆ ସ୍ବାମୀଙ୍କୁ ଯୋଜନା ଭାବେ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।

ରାଜେନ୍ଦ୍ର ଦୁଇ ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ଏକ ଛୋଟ ପୁଅ ଅଛି । ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରାଜେନ୍ଦ୍ରଙ୍କ ସହିତ ସେହି ଗ୍ରାମର ଜନୈକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ମହିଳା ଜଣକ ମଧ୍ୟ ରାଜେନ୍ଦ୍ର ପରିବାରଙ୍କ ସହ ଫୋନରେ କଥା ହେବାସହ ରାଜେନ୍ଦ୍ରଙ୍କୁ ମାରିଦେବାକୁ ଧମକ ଦେଇଥିବା ଉର୍ମିଳା ଏତଲାରେ ଲେଖିଛନ୍ତି । ପୋଲିସ ମୃତ ରାଜେନ୍ଦ୍ରଙ୍କ ସ୍ତ୍ରୀଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Sep 29, 2022, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.