ETV Bharat / state

ରାଜାବନ୍ଧର ହେବ ପୁନଃରୁଦ୍ଧାର, ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Mar 6, 2022, 10:01 AM IST

ମୟୂରଭଞ୍ଜରେ ଥିବା ରାଜାରାଜୁଡା ଅମଳର ରାଜାବନ୍ଧରେ ହେବ ପୁନଃରୁଦ୍ଧାର । ବନ୍ଧ ସ୍ଥିତି ପରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସହ ଏକ ସ୍ବତନ୍ତ୍ର ଟିମ୍ । ଅଧିକ ପଢନ୍ତୁ

ରାଜାବନ୍ଧର ହେବ ପୁନଃରୁଦ୍ଧାର, ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ରାଜାବନ୍ଧର ହେବ ପୁନଃରୁଦ୍ଧାର, ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ରାଜାରାଜୁଡି ଅମଳର ବନ୍ଧ ରାଜାବନ୍ଧ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତରେ ଥିବା ଏହି ସର୍ବପୁରାତନ ରାଜାବନ୍ଧର ଏବେ ପୁନଃରୁଦ୍ଧାର ହେବ । କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବନ୍ଧର ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ ଜିଲ୍ଲାର ଅଧିକାରୀଙ୍କ ମିଳିତ ଏକ ଟିମ୍ ବନ୍ଧ ପରିଦର୍ଶନରେ ଆସି ସ୍ଥାନୀୟ ଜନସାଧାରଣ ଓ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଯାହାପରେ ବନ୍ଧର ପୁନଃରୁଦ୍ଧାର ନେଇ ଆଶା ଉଜ୍ଜୀବିତ ହୋଇଛି ।

ରାଜାବନ୍ଧର ହେବ ପୁନଃରୁଦ୍ଧାର, ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସହିତ ମିଳିତ ଅଧିକାରୀ ଟିମ୍ ରାଜାବନ୍ଧରେ ପହଞ୍ଚି ସର୍ବେକ୍ଷଣ କରିଛନ୍ତି । ଚାଷୀଙ୍କ ସହ ଆଲୋଚନା ବେଳେ ବନ୍ଧର ସମ୍ପୂର୍ଣ୍ଣ ବିକାଶ କରାଯିବା ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ଭଳି ପୁନରୁଦ୍ଧାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ବିଶ୍ବେଶ୍ବର ଟୁଡୁଙ୍କ ସହ ସୁବର୍ଣ୍ଣରେଖା କେନାଲର ମୁଖ୍ୟ ଯନ୍ତ୍ରୀ ତରଣୀ କୁମାର ଦାସ, କ୍ଷୁଦ୍ର ଜଳସେଚନ ବିଭାଗର ଏସଇ ଗୁରୁ ପ୍ରସାଦ ପୁଷ୍ଟି, ସିଡବ୍ଲ୍ୟୁସି ବିଭାଗର ମୁଖ୍ୟ ଯନ୍ତ୍ରୀ ଅତୁଲ କୁମାର ନାୟକ, ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଜେନା, କରଣ ପରମାଣିକ, ଜଳଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ପ୍ରଦୀପ ଠାକୁର ପ୍ରମୁଖ ପରିଦର୍ଶନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.