ETV Bharat / state

କାର ଧକ୍କାରେ ଯୁବ ଠିକାଦାରଙ୍କ ମୃତ୍ୟୁ

author img

By

Published : Apr 12, 2022, 10:49 AM IST

କାର ଧକ୍କାରେ ଯୁବ ଠିକାଦାରଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା ଗାଁ ନିକଟ ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

road accident in rairangpur
କାର ଧକ୍କାରେ ଯୁବ ଠିକାଦାରଙ୍କ ମୃତ୍ୟୁ

ରାଇରଙ୍ଗପୁର: କାର ଧକ୍କାରେ ଯୁବ ଠିକାଦାରଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା ଗ୍ରାମ ନିକଟ ସୁଲେଇପାଟ ଚୁଟ ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ଠିକାଦାର ଜଣକ ନାକି ଗ୍ରାମର ଧ୍ରୁବ ଚରଣ ନନ୍ଦ ବୋଲି ଜଣାପଡିଛି।

କାର ଧକ୍କାରେ ଯୁବ ଠିକାଦାରଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଧ୍ରୁବ ନିଜ ବାଇକ ଯୋଗେ କନଷ୍ଟ୍ରକସନ କାର୍ଯ୍ୟ ତଦାରଖ ପାଇଁ ଯାଉଥିଲେ। ସେହି ସମୟରେ କୁଲଡିହା ଚୁଟ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ମାରୁତି ଭ୍ୟାନ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଧ୍ରୁବକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧ୍ରୁବ ନନ୍ଦ ଜଣେ ମିଷ୍ଟଭାଷୀ, ପରୋପକାରୀ ଯୁବକ ଭାବ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ଏପରି ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେପଟେ ବାଦାମପାହାଡ ଥାନା ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.