ETV Bharat / state

ସଡକ ଦୁର୍ଘଟଣାରେ 2 ବାଇକ ଆରୋହୀ ମୃତ

author img

By

Published : Oct 16, 2019, 12:05 PM IST

Updated : Oct 16, 2019, 1:08 PM IST

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀ ମୃତ ।

ସଡକ ଦୁର୍ଘଟଣାରେ 2 ବାଇକ ଆରୋହୀ ମୃତ

ରାଇରଙ୍ଗପୁର: ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀ ମୃତ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ଘଟିଛି ଦୁର୍ଘଟଣା।

ସଡକ ଦୁର୍ଘଟଣାରେ 2 ବାଇକ ଆରୋହୀ ମୃତ


ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କରଞ୍ଜିଆ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କର ଚିକିତ୍ସା ଚିଲିଥିଲା । ତେବେ ବୁଧବାର ସକାଳେ ଚିକିତ୍ସିତ ଯୁବକର ମୃତ୍ୟୁ ଘଟିଛି । ଉଭୟ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଯଶିପୁର ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଓ ଆରୋହୀ ମୃତ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କରଞ୍ଜିଆ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଚିକିତ୍ସା ଚାଲିଥିବା ସମୟରେ ଆଜି ସକାଳ ସମୟରେ ମୃତ୍ୟୁ ବରଣ କରିଥିଲେ। ତେବେ ଉଭୟ ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ଯଶିପୁର ପୋଲିସ ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି ।Body:XConclusion:X
Last Updated : Oct 16, 2019, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.