ETV Bharat / state

ନାବାଳିକା ଦୁଷ୍କର୍ମତ୍କାରୀକୁ ୧୦ବର୍ଷ କାରାଦଣ୍ଡ, ଛେଳି ଚରାଇବାକୁ ଯାଇଥିବା ବେଳେ କରିଥିଲା ଦୁଷ୍କର୍ମ

author img

By

Published : Apr 22, 2023, 10:31 PM IST

ମୟୂରଭଞ୍ଜ ୨୦୧୬ ମସିହା ସେପ୍ଟେମ୍ବର ନାବାଳିକା ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଅଧିକ ପଢନ୍ତୁ

Etv Bharat
Etv Bharat

ରାଇରଙ୍ଗପୁର: ୨୦୧୬ ମସିହା ସେପ୍ଟେମ୍ବର ନାବାଳିକା ଦୁଷ୍କର୍ମ ଘଟଣା । ୧୦ ବର୍ଷ କାରାଦଣ୍ଡ ଭୋଗିଲା ଦୁଷ୍କର୍ମକାରୀ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ଦଣ୍ଡବିଧାନ ସ୍ଵରୂପ ୧୦ ବର୍ଷର କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି।

ଏହା ବ୍ୟତିତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ । ତେବେ ଅପରାଧୀ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମାହାଲିବସା ଗ୍ରାମର ଯୋଗେନ୍ଦ୍ର ମାରାଣ୍ଡି (୨୭)। ସୂଚନା ଥାଉ କି ଗତ ୨୦୧୬ ମସିହା ସେପ୍ଟେମ୍ବର ୧୨ ତାରିଖରେ ଜନୈକା ନାବାଳିକା ଛେଳି ଖୋଜିବାକୁ ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ଅଭିଯୁକ୍ତ ଏକୁଟିଆ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏକଥା କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା ।

ନାବାଳିକା ଜଣକ ଘରକୁ ଫେରି କାନ୍ଦି କାନ୍ଦି ନିଜ ମାଆଙ୍କୁ ସବୁକଥା ଜଣାଇବା ପରେ ପରିବାର ଲୋକେ ଖୁଣ୍ଟା ଥାନରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେସ ନମ୍ବର ୯୩/୧୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେହିପରି ଗତକାଲି ମଧ୍ୟ ଜଣେ ଦୁଷ୍କର୍ମକାରୀକୁ ୧୨ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ ମୟୂରଭଞ୍ଜ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ଗତକାଲି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୧୨ବର୍ଷର ସଶ୍ରମ କାରାଦଣ୍ଡ‌ ଓ ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- ୮ବର୍ଷର ନାବାଳକକୁ ହତ୍ୟା କଲା କିନ୍ନର, ଭାଙ୍ଗିଲା ଶରୀରର ସମସ୍ତ ହାଡ଼

ଏହି ଅପରାଧୀ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୁନଚାଟି ଗ୍ରାମର ଶୁକୁଲ ବେଶ୍ରା(୨୫)। ଗତ ୨୦୧୮ ମସିହା ମେ ୨୯ ତାରିଖରେ ଜନୈକା ମହିଳାଙ୍କୁ ଅଭିଯୁକ୍ତ ଶୁକୁଲ ବେଶ୍ରା ଏକୁଟିଆ ପାଇ ମଦ ପିଆଇଥିଲା । ଏହାପରେ ମଦ ନିଶାରେ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କୁ ଅନ୍ୟତ୍ର ନେଇ ପଳାଇବାକୁ ଚେଷ୍ଟା କରିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡିଥିଲା । ଏନେଇ ଘଟଣା ବାବଦରେ ମହିଳାଙ୍କ ସ୍ବାମୀ ଜାଣିବା ପରେ ୩୦ ତାରିଖରେ ସ୍ଥାନୀୟ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ କେଶ ନମ୍ବର ୬୯/୨୦୧୮ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ଏହି ମାମଲାକୁ ଆଇନଜୀବି ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ। ସେପଟେ ରାୟ ପ୍ରକାଶ ପାଇବା ପରେ ଉଭୟ ଅପରାଧୀଙ୍କୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.