ETV Bharat / state

ନାବାଳିକାଙ୍କୁ ଦୀଘା ଚାଲାଣା ବେଳେ ଧରିଲା ପୋଲିସ, ଜଣେ ଗିରଫ

author img

By

Published : Mar 26, 2023, 9:45 PM IST

ତିନିଜଣ ନାବାଳିକାଙ୍କୁ ପଶ୍ଚିମବଙ୍ଗର ଦୀଘା ଚାଲାଣ କରା ଯାଉଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢ଼ନ୍ତୁ

ତିନିଜଣ ନାବାଳିକାଙ୍କୁ ପଶ୍ଚିମବଙ୍ଗର ଦୀଘାକୁ ଚୋରାଚାଲଣ
ତିନିଜଣ ନାବାଳିକାଙ୍କୁ ପଶ୍ଚିମବଙ୍ଗର ଦୀଘାକୁ ଚୋରାଚାଲଣ

ବାରିପଦା: ରାଜ୍ୟରେ ବଢୁଛି ମାନବ ଚାଲଣ ଘଟଣା । କିଛି ଟଙ୍କା ପାଇଁ ମଣିଷକୁ ବିକୁଛି ମଣିଷ । ତିନିଜଣ ନାବାଳିକାଙ୍କୁ ପଶ୍ଚିମବଙ୍ଗର ଦୀଘା ଚାଲାଣ କରା ଯାଉଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମର ରାଜେଶ କୁମାର ସାହୁକୁ ନାବାଳିକା ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛି ବାଙ୍ଗିରିପୋଷି ଥାନା ପୋଲିସ । ତେବେ ରାଜେଶ କୁମାର ସାହୁ, ତାଙ୍କ ସ୍ତ୍ରୀ ମାନସୀସାହୁ ଓ ପୁଅ ସହିତ ସ୍ଥାନୀୟ ବାଙ୍ଗିରିପୋଷି ଥାନା ଅଧିନସ୍ଥ ଅଞ୍ଚଳର ତିନି ଜଣ ନାବାଳିକାଙ୍କୁ ନେଇ ପଶ୍ଚିମବଙ୍ଗର ଦୀଘାକୁ ନିଜ କାର ଯୋଗେ ଯାଉଥିବା ବେଳେ ପୋଲିସ ଧରିଛି ।

ଅଭିଯୋଗ ଅନୁଯାୟୀ, ତିନି ଜଣ ନାବାଳିକା ନିଜ ପରିବାର ଲୋକଙ୍କୁ ନଜଣାଇ ରାଜେଶ କୁମାର ସାହୁଙ୍କ ସହିତ ଦୀଘା ଯାଉଥିଲେ । ତେବେ ନାବାଳିକାଙ୍କ ପରିବାର ଲୋକଙ୍କ ଏନେଇ ବାଙ୍ଗିରିପୋଷି ଥାନାରେ ଏତଲାରେ ଦାଖଲ କରିଥିଲେ । ତେବେ ନାବାଳିକାମାନେ ଅଭିଯୁକ୍ତ ରାଜେଶଙ୍କ ସହ ଯାଉଥିବା ବେଳେ ନିଜ ପରିବାରକୁ ଫୋନ୍‌ କରିଥିଲେ । ସେମାନେ ରାଜେଶଙ୍କ ସହ ଦୀଘା ଯାଉଥିବା କଥା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ପରେ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ରାଜେଶ କୁମାର ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ କରି ପାରି ନଥିଲେ । ଘଟଣାକୁ ନେଇ ନାବାଳିକାଙ୍କ ବାପା ଝିଅମାନଙ୍କୁ ଅପହରଣ କରା ଯାଇଥିବା ନେଇ ରାଜେଶ ଓ ତାଙ୍କ ସ୍ତ୍ରୀ ଙ୍କ ନାଁ ରେ ବାଙ୍ଗିରିପୋଷି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦର ପ୍ରତିବାଦ, ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସର ସତ୍ୟାଗ୍ରହ

ଅଭିଯୋଗ ଆଧାରରେ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବାରିପଦା ଏସଡିପିଓ ପ୍ରକାଶ ଜେମସ ଟପୋ ମଧ୍ୟ ଘଟଣାକୁ ଗୁରୁତ୍ବ ଦେଇଥିଲେ । ପରେ ପୋଲିସର ସାହାଯ୍ୟରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ । ବାରିପଦା SDPO ଅପହରଣ ଅଭିଯୋଗରେ ରାଜେଶ କୁମାର ସାହୁଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ । ରାଜେଶ ପଶ୍ଚିମବଙ୍ଗ ଯାଉଥିବା ବେଳେ ରାଜେଶକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ରାଜେଶକୁ ପୋଲିସ ପଚରାଉଚରା ସହ ଅଭିଯୁକ୍ତ ରାଜେଶର ଡାକ୍ତରୀ ପରୀକ୍ଷା ପରେ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.