ETV Bharat / state

ମୁଚିଆନେତ୍ରାରେ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଯୌତୁକ ପାଇଁ ହତ୍ୟା ଅଭିଯୋଗ

author img

By

Published : Nov 6, 2020, 5:41 PM IST

Updated : Nov 6, 2020, 5:58 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମୁଚିଆନେତ୍ରା ଗାଁରେ ଯୌତୁକ ନିର୍ଯାତନା ଦିଆଯାଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଯୌତୁକ ପାଇଁ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର: ମୁଚିଆନେତ୍ରା ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ମୃତକଙ୍କ ବାପା ମୁହଁ ଖୋଲିଛନ୍ତି । ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ।

ଯୌତୁକ ପାଇଁ ହତ୍ୟା ଅଭିଯୋଗ

ତେବେ ଗତକାଲି(ଗୁରୁବାର) ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁର ଦୀପକ ମଣ୍ଡଳଙ୍କ ସ୍ତ୍ରୀ ଦୁର୍ଗା ମଣ୍ଡଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୋରୁମହିଷାଣୀ ଥାନା ପୋଲିସ ଝୁଲନ୍ତା ଅବସ୍ଥାରେ ଦୁର୍ଗାଙ୍କ ମୃତଦେହ ଉଦ୍ଧାର କରିଥିଲା । ପ୍ରଥମେ ମାମଲାଟି ଆତ୍ମହତ୍ୟାର ରୂପ ନେଇ ଥିବାବେଳେ ଏବେ ଘଟଣାର ନୂଆ ମୋଡ ଆସିଛି । ଦୁର୍ଗାଙ୍କୁ ଶାଶୁଘର ଲୋକେ ହତ୍ୟାକରି ଟାଙ୍ଗି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଝିଅକୁ ଯୌତୁକ ନିର୍ଯାତନା ଦେଇ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସେ ।

ତେବେ ଦେଢ଼ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ଦୁର୍ଗା ଓ ଦୀପକଙ୍କ ବାହାଘର ହୋଇଥିଲା । ବିବାହ ପରେ ଝିଅକୁ ଶ୍ବଶୁରଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ମଧୁସୂଦନ ମଣ୍ଡଳ । ଏନେଇ ଦୁର୍ଗାଙ୍କ ସ୍ବାମୀ ଦୀପକ ମଣ୍ଡଳ, ଦେଢ଼ଶୁର ଦୁମଦ ମଣ୍ଡଳ, ଶ୍ବଶୁର ଯୋଶବନ୍ତ ମଣ୍ଡଳ ଓ ଶାଶୁ କ୍ଷୀର ମଣ୍ଡଳଙ୍କ ନାଁରେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଦୁର୍ଗାଙ୍କ ବାପା । ତେବେ ଆଜି(ଶୁକ୍ରବାର) ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇ ମୃତଦେହ ବ୍ୟବଚ୍ଛେଦ ପରେ ଗୋରୁମହିଷାଣୀ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Nov 6, 2020, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.