ETV Bharat / state

ବ୍ରଜାଘାତରେ ନାବାଳକ ମୃତ

author img

By

Published : Aug 6, 2019, 4:52 AM IST

ବଜ୍ରାଘାତରେ ମୟୂରଭଞ୍ଜର ଝାରପୋଖରିଆ ଥାନା ବେଢାପାଳ ଗ୍ରାମର ଜଣେ ନାବାଳକର ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାର ଝାରପୋଖରିଆ ଥାନା ବେଢାପାଳ ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳକ ମୃତ ।

ସୋମବାର ଝାରପୋଖରିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା । ଏହି ସମୟରେ ମାଛ ଧରିବାକୁ ଯାଇଥିଲେ ମୁଚିରାମ ସାହୁଙ୍କ ପୁଅ ସତ୍ୟରଞ୍ଜନ ସାହୁଙ୍କ(15) ମୃତ୍ୟୁ ହୋଇଥିଲା ।

ତେବେ ବଜ୍ରାଘାତ ପରେ ସତ୍ୟରଞ୍ଜନକୁ ସଙ୍ଗେ ସଙ୍ଗେ ଶୀର୍ଷା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏନେଇ ଝରପୋଖରିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି ।

ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ

Intro:ଓଡ଼ିଆ ସାହିତ୍ୟର ପ୍ରବୀଣ ଓ ଦିଗଜ୍ଜ କବିଙ୍କ ଶବ୍ଦକୁ ନୂତନ ପିଢ଼ିର ସାହିତ୍ୟିକମାନେ ନିଜ କଣ୍ଠରେ ଆବୃତି କରିବାର ସୌଭାଗ୍ୟ ପାଇଥିଲେ।ଯାହାକି ପ୍ରକୃତି,ପ୍ରେମ ଓ ଭଲପାଇବା ର ଭାବରେ ଉପସ୍ଥିତ ସ୍ରୋତାମଣ୍ଡଳୀଙ୍କୁ ରୋମାଂଚିତ କଟିଥିଲା।


Body:ଅବସର ଥିଲା ସ୍ୱରବର୍ଣ କବିତା ଆବୃତି ଆସରର।ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବ ହେଉଛି ଅଷ୍ଟମ ସଂସ୍କରଣ ।ଯେଉଁଥିରେ ଦିଗଜ୍ଜ କବି ଫକୀର ମୋହନ ସେନାପତି,ରାଧାମୋହନ ଗଡ଼ନାୟକ,ଗୋଦାବରୀଶ ମହାପାତ୍ର,ଗୁରୁପ୍ରସାଦ ମହାନ୍ତି,ସଚି ରାଉତରାୟ,ମଧୁସୂଦନ ରାଓ,ଭାନୁଜି ରାଓ,ଜଗନ୍ନାଥ ପ୍ରସାଦ ଦାସ ଓ ବିନୋଦ ନାୟକ ପ୍ରଭୁତିଙ୍କ କାଳଜୟୀ କବିତା ଗୁଡିକୁ ପୁର୍ଣ ମହାରଣା,ପ୍ରିୟରଞ୍ଜନ ମହାନ୍ତି,ସୁମନ ଦାସ,ଦିପୁନ ପୁହାଣ,ଶୁଭଶ୍ରୀ ସୁଭାସ୍ମିତା,ଅଗ୍ନିବେଶ ମହାପାତ୍ର,ବେଦପ୍ରକାଶ ନାୟକ,ତନ୍ଦ୍ରାଲଶା ଦାସ,ଭାଗ୍ୟଲିପି ମଲ୍ଲ ପ୍ରମୁଖ ଆବୃତି କରିଥିଲେ।


Conclusion:ଆଜିର ଏହି ସନ୍ଧ୍ୟାକୁ କବି ଶ୍ରୀ ସୂର୍ଯ୍ୟ ମିଶ୍ର ଓ କଥାକାର ଅଜୟ ସ୍ୱାଇଁ ଉଦ୍ଘାଟନ କରିଥିବାବେଳେ ଦେବଦତ୍ତ ପତି ପ୍ରାରମ୍ଭିକ ପରିଚୟ ପ୍ରଦାନ କରିଥିବାବେଳେ ଅଜୟ ସ୍ୱାଇଁ ସଭା ପରିଚାଳନା କରିଥିଲେ।ଅନୁଷ୍ଠାନର ସମ୍ପାଦକ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ,
ବାଇଟ-ଭାସ୍ବତୀ ବସୁ,ସଦସ୍ୟ ଅସୀମ ବସୁ ଫାଉଣ୍ଡେସନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.