ETV Bharat / state

ଟ୍ରକ ଧକ୍କାରେ ନାବାଳକ ମୃତ, କ୍ଷତିପୂରଣ ଦେବା ପରେ ହଟିଲା ରାସ୍ତାରୋକ

author img

By

Published : Jun 10, 2021, 8:56 PM IST

ରାଇରଙ୍ଗପୁରରେ ଟ୍ରକ ଧକ୍କାରେ ପ୍ରାଣ ହରାଇଲା ନାବାଳକ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ । କ୍ଷତିପୂରଣ ପରେ ହଟିଲା ରାସ୍ତାରୋକ ପ୍ରତ୍ୟାହୃତ । ଅଧିକ ପଢନ୍ତୁ...

ଟ୍ରକ ଧକ୍କାରେ ନାବାଳକ ମୃତ, କ୍ଷତି ପୂରଣ ଦେବା ପରେ ହଟିଲା ରାସ୍ତାରୋକ

ରାଇରଙ୍ଗପୁର : ଟ୍ରକ ଧକ୍କାରେ ନାବାଳକର ମୃତ୍ୟୁ ଘଟଣା ପରେ ଉତ୍ତେଜନା। ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । କ୍ଷତି ପୂରଣ ଦେବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ।

ଟ୍ରକ ଧକ୍କାରେ ନାବାଳକ ମୃତ, କ୍ଷତି ପୂରଣ ଦେବାପରେ ହଟିଲା ରାସ୍ତାରୋକ

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଞ୍ଚି - ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ପୁରୁଣାପାଣିରେ ଲୁହାପଥର ଟ୍ରାନ୍ସପୋର୍ଟ ଟ୍ରକ ଧକ୍କାରେ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ତାମଳବନ୍ଧ ଗ୍ରାମର ସୁମନ୍ତ ଗିରିଙ୍କ ପୁଅ ଓମଶ୍ରୀ ଗିରି । ମୃତକଙ୍କ ମୃତଦେହ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜାତୀୟ ରାଜପଥ ଉପରେ ପଡି ରହିଥିବାବେଳେ ପୋଲିସ ପ୍ରଶାସନ ଯେତେ ବୁଝେଇଲେ ମଧ୍ୟ ଲୋକେ ବୁଝିବାକୁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକଙ୍କୁ ଅଣାଯିବା ସହ କ୍ଷତିପୂରଣ ପ୍ରଦାନ କରାଯିବା, ଲୁହାପଥର ବୋଝେଇ ଟ୍ରକର ସମୟ ସୀମା ପରିବର୍ତ୍ତନ କରାଯିବା ଓ ପୁରୁଣାପାଣି ଏବଂ ଦାଣ୍ଡବୋଷ ଅଞ୍ଚଳରେ ଚେକ ଗେଟ କରାଯିବା ଦାବି ନେଇ ମୃତଦେହ ରାଜରାସ୍ତାରୁ ହଟେଇବାକୁ ଦେଇନଥିଲେ ଗ୍ରାମବାସୀ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଘଟଣାସ୍ଥଳକୁ ରାଇରଙ୍ଗପୁର SDPO ଓ ତହସିଲଦାର ଯାଇ ବୁଝାସୁଝା କରି ରେଡ଼କ୍ରସ ତରଫରୁ କ୍ଷତିପୂରଣ ବାବଦରେ ୫୦,୦୦୦ ଟଙ୍କା ଦେବା ପରେ ରାସ୍ତା ରୋକରୁ ଓହରିଥିଲେ ସ୍ଥାନୀୟ ଲୋକେ । ତେବେ ଦୀର୍ଘ ସମୟ ରାଜରାସ୍ତା ବନ୍ଦ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଠିଆ ହୋଇରହିଥିବା ଦେଖିବାକୁ ମିଳିଥିଲା ।

ପ୍ରତ୍ୟେକ ଦିନ କେନ୍ଦୁଝରରୁ ଜାମସେଦପୁର ଯାଉଥିବା ଶତାଧିକ ଲୁହାପଥର ବୋଝେଇ ଟ୍ରକ ଗୁଡିକର ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଗତ ୩ ଜୁନରେ ମଧ୍ୟ ବଡଡାଳିମାରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କକା ପୁତୁରାଙ୍କ ମୃତ୍ୟୁ ଘଟିଥିଲା । ବେପରୁଆ ଦ୍ରୁତ ଗତିରେ ଗାଡି ଚାଳନା ବନ୍ଦ କରାଯିବା ନେଇ ଗତ ୪ ତାରିଖ ଦିନ ମଧ୍ୟ ୨୦ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.