ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦରେ ଶଗଡ ଚଢି ଶୋଭାଯାତ୍ରା କଲା କଂଗ୍ରେସ

author img

By

Published : Jun 11, 2021, 6:48 PM IST

ତୈଳଦର ବୃଦ୍ଧି ପରେ ମୟୂରଭଞ୍ଜ କଂଗ୍ରେସ ଶଗଡରେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ତୈଳଦର ବୃଦ୍ଧି ପ୍ରତିବାଦ: ଶଗଡ ଚଢି ବିକ୍ଷୋଭ କଲା କଂଗ୍ରେସ
ତୈଳଦର ବୃଦ୍ଧି ପ୍ରତିବାଦ: ଶଗଡ ଚଢି ବିକ୍ଷୋଭ କଲା କଂଗ୍ରେସ

ବାରିପଦା: ରାଜ୍ୟର କିଛି ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଛି । ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଅହେତୁକ ତୈଳଦର ବୃଦ୍ଧି ପରେ ଶୁକ୍ରବାର ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଛି ।

ତୈଳଦର ବୃଦ୍ଧି ପ୍ରତିବାଦ: ଶଗଡ ଚଢି ବିକ୍ଷୋଭ କଲା କଂଗ୍ରେସ

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ଶଗଡ଼ ଗାଡ଼ିରେ ଶୋଭଯାତ୍ରା କରି ପ୍ରତିବାଦ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛି। ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ କୁମାର ଦାସଙ୍କ ନେତୃତ୍ବରେ ବାରିପଦା ସହରରେ କଂଗ୍ରେସ କର୍ମୀମାନେ ଶଗଡ଼ ଗାଡ଼ିରେ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହ ସହରରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ଓ ଧାରଣା ଦେଇଥିଲା କଂଗ୍ରେସ। ତୈଳଦର 100 ଛୁଇଁବା ପରେ କଂଗ୍ରେସ ମିଠା ବାଣ୍ଟି ମଧ୍ୟ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.