ETV Bharat / state

Road Accident: ରାସ୍ତା ପାର ବେଳେ ଧକ୍କା ଦେଲା ଅଜଣା ଗାଡି, ଆଖି ବୁଜିଲେ ବ୍ୟକ୍ତି

author img

By

Published : Aug 20, 2023, 11:16 AM IST

Updated : Aug 20, 2023, 1:08 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣି ଗ୍ରାମ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Road Accident
Road Accident

Road Accident

ରାଇରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣି ଗ୍ରାମ ଛକ ନିକଟସ୍ଥ ରାଇରଙ୍ଗପୁର-ବାରିପଦା ରାଜ୍ୟ ରାଜପଥରେ ଏହି ସଡକ ଦୁର୍ଘଟଣା ହୋଇଛି । ଗତକାଲି(ଶନିବାର) ରାତିରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯.୪୫ ସମୟରେ ବ୍ୟକ୍ତି ଜଣକ ରାସ୍ତା ପାର ହେଉଥିଲେ । ସେହି ସମୟରେ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଜଣା ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିଲେ । ତେବେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନିକଟସ୍ଥ ବଡାମତଳିଆ ସ୍ଥିତ ଅଗ୍ନିଶମ ବିଭାଗ ଓ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏକ ଗାଡ଼ି ଯୋଗେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉକି, ସେହିପରି ଗତ କିଛି ଦିନ ପୂର୍ବେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ବାରିଆ ଗୁଡା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ବାଲେଶ୍ୱର ନାଏକ ନିଜ ବାଇକ ଯୋଗେ ଗତ ରବିବାର ସନ୍ଧ୍ୟା ସମୟରେ ଯାଉଥିବା ବେଳେ କୌଣସି ଏକେ ଅଜଣା ଗାଡ଼ି ସହିତ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳି ନଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହିତ ଘଟଣାର ତଦନ୍ତ ଚଳାଇଥିଲା । ସେପଟେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କ୍ଷତିପୂରଣ ଦାବିରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା । ବାଲେଶ୍ବର ଉତ୍କଳ ଆଲୁମିନା କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏକ ଠିକା କାମ ନେଇଥିଲେ । କାମ ସାରି ନିଜ ଗାଁ ତୁଜେରକୁ ଫେରୁଥିଲେ । ଅନୁମାନ କରାଯାଉଛି କି ଉତ୍କଳ ଆଲୁମିନା କାରଖାନାରକୁ ଆସୁଥିବା କୌଣସି ଗାଡ଼ି ପଛରୁ ଧକ୍କା ଦେବା ଫଳରେ ବାଲେଶ୍ଵର ନାୟକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଅଜଣା ଗାଡି ଧକ୍କାରେ ରାୟଗଡାରେ ବାଲେଶ୍ବରଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଗାଁଲୋକେ

ସେହିପରି ରାଇରଙ୍ଗପୁରରେ ଗତ ୬ ତାରିଖ ଶନିବାର ରାତିରେ ଚଳନ୍ତା ଟ୍ରକରେ ବାଇକ ପିଟି ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଦରି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ମୃତ ତିନି ଯୁବକ ଏକ ବାଇକ ଯୋଗେ କେଉଁ ଆଡେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ବାଇକଟି ଏକ ଟ୍ରକ ସହ ପିଟି ହୋଇ ଯାଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Aug 20, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.