ETV Bharat / state

ମହିଳା କନେଷ୍ଟବଳଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ, ଯୁବକ ଗିରଫ

author img

By

Published : Aug 3, 2020, 5:44 AM IST

ଅଭିଯୋଗଙ୍କ ଆଧାରରେ ଟାଉନ ଥାନାରେ ୪୨୭/୨୦ ଏକ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୫୦୦, ୫୦୯ ଏବଂ ଆଇଟି ଆକ୍ଟର ୬୬(ଇ) ଭଳି ସଙ୍ଗୀନ ଦଫା ଲାଗିଛି । ଅଧିକ ପଢନ୍ତୁ...

fake fecebook account name of a lady Constable, Baripada Police arrest accused
ମହିଳା କନେଷ୍ଟବଳଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ, ଯୁବକ ଗିରଫ

ବାରିପଦା: ମହଙ୍ଗା ପଡିଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ ନାମରେ ଜାଲ ଫେସବୁକ୍ ଆକାଉଣ୍ଟ ଖୋଲିବା । ଜାଲ୍ ଫେସବୁକ୍ ଆକାଉଣ୍ଟ ଖୋଲି ଜଣେ ଯୁବକ ମିଥ୍ୟାତଥ୍ୟ, ଅପମାନଜନକ ଓ ଆପତ୍ତିଜନକ ଅପପ୍ରଚାର ଅଭିଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ସମ୍ପୃକ୍ତ ଯୁବକଙ୍କୁ ଅନୁଗୁଳରୁ ଗିରଫ କରିଛି ବାରିପଦା ପୋଲିସ । ଅଭିଯୁକ୍ତ ଯୁବକ ବାଙ୍କି ଅଞ୍ଚଳର 30ବର୍ଷୀୟ ଯଜ୍ଞଦତ୍ତ ଜେନା ବୋଲି ଜଣାପଡିଛି ।

ମହିଳା କନେଷ୍ଟବଳଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ, ଯୁବକ ଗିରଫ

ମହିଳା କନେଷ୍ଟବଳଙ୍କ ଥାନାରେ ଅଭିଯୋଗ ପରେ ବାରିପଦା ଟାଉନ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ବରେ ଅନୁଗୋଳରୁ ଗିରଫ ହୋଇଛନ୍ତି ଅଭିଯୁକ୍ତ ଯୁବକ ।

ଅଭିଯୋଗଙ୍କ ଆଧାରରେ ଟାଉନ ଥାନାରେ ୪୨୭/୨୦ ଏକ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୫୦୦, ୫୦୯ ଏବଂ ଆଇଟି ଆକ୍ଟର ୬୬(ଇ) ଭଳି ସଙ୍ଗୀନ ଦଫା ଲାଗିଛି । ଗତ ଜୁଲାଇ ୫ ତାରିଖରେ ରୁଜୁ ହୋଇଥିଲା । ଥାନା ଆଇଆଇସି ଶ୍ରୀ ବିରେନ୍ଦ୍ର କୁମାର ସେନାପତି ଏହି କେସ୍ ର ତଦନ୍ତକାରୀ ଅଧିକାରୀ ରହିଛନ୍ତି । ସଂପୃକ୍ତ ଯୁବକଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.