ETV Bharat / state

ଉଦଳାରେ ଡାକ୍ତରଙ୍କୁ ମାଡ ଘଟଣା: ଆନ୍ଦୋଳନରେ ଡାକ୍ତର ଓ କର୍ମଚାରୀ

author img

By

Published : Jul 21, 2019, 6:55 PM IST

ଉଦଳା ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କୁ ମାଡ ଘଟଣାକୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଡାକ୍ତର ଓ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି । ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ବାରିପଦା: ଉଦଳା ମେଡିକାଲରେ ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ମାଡ ମାରିବା ଘଟଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ଓ କର୍ମଚାରୀ । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ଦାବି କରି ସେମାନେ ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି ଫଳରେ ରୋଗୀ ସେବା ଠପ୍ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଶନିବାର ବିଳମ୍ବିତ ରାତିରେ ତିନି ଜଣ ନିଶାସକ୍ତ ବ୍ୟକ୍ତି ମେଡିକାଲରେ ପଶି ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ମାଡ ମାରିବା ସହ ମେଡିକାଲରେ ଭଙ୍ଗାରୁଜା କରିଥିଲେ । ଏ ଘଟଣାରେ ପୋଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏପଟେ ନିଶାସକ୍ତ ବ୍ୟକ୍ତିଙ୍କ ଏଭଳି କାଣ୍ଡ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ କେତେ ସୁରକ୍ଷିତ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେଣୁ ଡାକ୍ତରଖାନା ପରିସରରେ ଆଉଟପୋଷ୍ଟ ସ୍ଥାପନା କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଖବର ପାଇ ଉଦଳା ବିଧାୟକ ଓ ପୋଲିସ ପହଞ୍ଚି ଆନ୍ଦୋଳନରତ ଡାକ୍ତର ଓ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.