ETV Bharat / state

କୋରୋନା ଭୟ: ମିଳିଲାନି ଚାରି କାନ୍ଧ, ମୋଟର ସାଇକେଲରେ ବୁହାହେଲା ମୃତଦେହ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ମୋଟର ସାଇକେଲରେ ମଶାଣିକୁ ଗଲା ମୃତଦେହ । ଅଧିକ ପଢନ୍ତୁ...

କୋରୋନା ଭୟ: ମିଳିଲାନି ଚାରି କାନ୍ଧ, ମୋଟର ସାଇକେଲରେ ବୁହାହେଲା ମୃତଦେହ
କୋରୋନା ଭୟ: ମୃତଦେହକୁ ମିଳିଲାନି ଚାରି କାନ୍ଧ, ମୋଟର ସାଇକେଲରେ ବୁହାହେଲା ମୃତଦେହ

Published : July 22, 2020 at 2:35 PM IST

|

Updated : July 22, 2020 at 6:23 PM IST

Choose ETV Bharat

ମୟୂରଭଞ୍ଜ: କୋରୋନା ଭୟରେ ପୁଣି ମିଳିଲାନି ଚାରି କାନ୍ଧ । ମୋଟର ସାଇକେଲରେ ମଶାଣିକୁ ଗଲା ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ।

କୋରୋନା ଭୟ: ମିଳିଲାନି ଚାରି କାନ୍ଧ, ମୋଟର ସାଇକେଲରେ ବୁହାହେଲା ମୃତଦେହ

ଗତ ଜୁଲାଇ ୨୦ ତାରିଖରେ କୋରୋନା ଭୟରେ କେହି ନ ଆସିଥିବା ପରେ ପୁଅ ଓ ଜ୍ବାଇଁ ମିଶି ବାଇକରେ ମୃତଦେହକୁ ମଶାଣିକୁ ନେଇଥିଲେ । ଏବଂ ଜେସିବିରେ ଗାତ ଖୋଳି ଶବକୁ ପୋତି ଦେଇଥିଲେ । ତେବେ ମୃତକ ଜଣଙ୍କ ହେଉଛନ୍ତି ପୂର୍ଣ୍ଣ ଚନ୍ଦ୍ରପୁର ଗ୍ରାମର ରାଜେନ୍ଦ୍ର ଜେନା ।

ମୃତକ ଜଣକ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ନିଜ ହୃଦରୋଗର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ବିଡମ୍ବନାର ବିଷୟ ଯେ ରାସ୍ତାରେ ବାଲେଶ୍ଵର ଜିଲ୍ଲାର ବସ୍ତା ନିକଟରେ ଅସୁସ୍ଥ ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିବାରୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ମାତ୍ର ମୃତକଙ୍କ ସ୍ତ୍ରୀ ସହ ଓ ପରିବାରର ଅନ୍ୟ ଦୁଇ ଜଣ କୋରୋନା ସଂକ୍ରମିତ ହୋଇ ବାଙ୍କିଷୋଳର କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ସେଥିପାଇଁ ଭୟରେ କେହି ତାଙ୍କୁ କାନ୍ଧ ଦେବାକୁ ଅସ୍ବୀକାର କରିବା ପରେ ପରିବାର ଲୋକେ ଏ ପ୍ରକାର ନିଷ୍ପତ୍ତି ନେଲେ ବୋଲି କୁହାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : July 22, 2020 at 6:23 PM IST