ETV Bharat / state

ବନ୍ୟାସ୍ଥିତି ପରଖିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

author img

By

Published : Aug 20, 2022, 10:53 PM IST

ମୟୂରଭଞ୍ଜରେ ବନ୍ୟାସ୍ଥିତି ପରଖିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କ୍ଷତିଗ୍ରସ୍ତ ଲୋକଙ୍କ ସହ ସାକ୍ଷାତ ପରେ ସ୍ଥିତିନେଇ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

ବନ୍ୟାସ୍ଥିତି ପରଖିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ
ବନ୍ୟାସ୍ଥିତି ପରଖିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ବାରିପଦା: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସ୍ଥିତି ପରଖିବା ପାଇଁ ମୟୂରଭଞ୍ଜରେ ପହଞ୍ଚିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସହ ସାକ୍ଷାତ ପରେ ସ୍ଥିତିନେଇ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା ।

ବନ୍ୟାସ୍ଥିତି ପରଖିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ଅଚାନକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଲଘୁଚାପ ଜନିତ ବର୍ଷାରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଜଳମଗ୍ନ ଅବସ୍ଥାରେ ଥିବା ପୀଡିତ ଗରିବ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କର ଦୁଃଖ ବୁଝିଛନ୍ତି । ଏହା ସହିତ ବାରିପଦାର ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଏଭଳି ଦୁର୍ବିପାକ ସମୟରେ ବନ୍ୟାଞ୍ଚଳକୁ ଯାଇ ପ୍ରଭାବିତ ଲୋକଙ୍କର ସୁଖଦୁଃଖରେ ସାମିଲ ହେବା ପାଇଁ ନିଜ ଦଳର କର୍ମକର୍ତ୍ତାଙ୍କୁ ସେ ଆହ୍ବାନ କରିଛନ୍ତି । ଜିଲ୍ଲା ପ୍ରଶାସନ ସହିତ ବନ୍ୟାସ୍ଥିତି ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.