ETV Bharat / state

ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା, ୬ ଗିରଫ

author img

By

Published : May 13, 2021, 10:48 AM IST

Updated : May 13, 2021, 11:50 AM IST

କୋରୋନା ରୋଗୀଙ୍କ ମୃତଦେହ ସତ୍କାରକୁ ନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଆକ୍ରମଣ ଘଟଣାରେ 6 ଗିରଫ । ଅଧିକ ପଢନ୍ତୁ...

ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୬ ଜଣ ଗିରଫ
ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୬ ଜଣ ଗିରଫ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ସୁନାରିପୋଷି ଗାଁ ରେ କୋରୋନା ରୋଗୀଙ୍କ ମୃତଦେହ ସତ୍କାରକୁ ନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଆକ୍ରମଣ ଘଟଣା । ଏନେଇ ଠାକୁରମୁଣ୍ଡା ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ବୁଧବାର ବିଳମ୍ବିତ ରାତିରେ ସୁନାରିପୋଷି ଗ୍ରାମରୁ ୬ ଜଣକୁ ଗିରଫ କରିଥିବା ସୂଚନା ମିଳିଛି ।

ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା, ୬ ଗିରଫ

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଜଣେ କୋରୋନା ଆକ୍ରାନ୍ତଙ୍କ ମୃତଦେହକୁ ପୋଡ଼ିବା ନେଇ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରିପୋଷି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଠେଙ୍ଗା ବାଡ଼ି ଧରି ପୋଲିସ, ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ବିଡ଼ିଓ ଓ ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ । ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : May 13, 2021, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.