ETV Bharat / state

ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ଦେଲେ ଗୁରୁମନ୍ତ୍ର

author img

By ETV Bharat Odisha Team

Published : Dec 20, 2023, 6:32 AM IST

VK Pandian at Baripada: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଉଛି ‘ନୂଆ-ଓ’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ । ଏଥିରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ବାରିପଦାରେ 5T ଅଧ୍ୟକ୍ଷ
ବାରିପଦାରେ 5T ଅଧ୍ୟକ୍ଷ

ବାରିପଦାରେ 5T ଅଧ୍ୟକ୍ଷ

ରାଇରଙ୍ଗପୁର: ବାରିପଦା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ‘ନୂଆ-ଓ’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ପାଣ୍ଡିଆନ ଯୋଗ ଦେଇଥିଲେ । ସେଠାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ନୂଆ ଓଡିଶା ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ପାଣ୍ଡିଆନ ।

ତେବେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ପାଠପଢ଼ାରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ପାଣ୍ଡିଆନ କହିଥିଲେ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବୃଦ୍ଧି ଜରୁରୀ । ଏହି ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନୂଆ-ଓ’ କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ସହିତ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ଘଟାଇ ସେମାନଙ୍କୁ ଆଗକୁ ନେବାରେ ସହାୟକ ହେବ । ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ ଏହି ଜିଲ୍ଲା ସହିତ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଥିବା କହିଥିଲେ ପାଣ୍ଡିଆନ ।

ତେବେ ଆଜିର କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଛ୍ରାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଜିଲ୍ଲାକୁ ଶ୍ରେଷ୍ଠ ଭାବେ ପ୍ରତିପାଦନ କରିଛନ୍ତି ବୋଲି କହିଥିଲେ । ନୂଆ ଓଡ଼ିଶା ସହିତ ଶିକ୍ଷାନୁଷ୍ଠାନ ରୂପାନ୍ତିକରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ୫-ଟି କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ପରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ୬୦କୋଟି ଟଙ୍କା ମଞ୍ଜୁର କରିଥିବା କହିଛନ୍ତି ପାଣ୍ଡିଆନ । ଆଗାମୀ ୨ ମାସ ମଧ୍ୟରେ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ....ଯୁବକଙ୍କ ଦକ୍ଷତାର ବିକାଶ, ସରକାରଙ୍କ ନୂଆ ଓଡ଼ିଶା ଓ ବିକେନ୍ଦ୍ରୀକରଣ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ

ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ୩୨୮୨ କୋଟି ଟଙ୍କା ବିନିଯୋଗରେ ହେଉଥିବା ଦେଓ ପ୍ରକଳ୍ପ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବାରିପଦାରେ ବୁଢ଼ାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀବନ୍ଧ, ରିଙ୍ଗ୍‌ରୋଡ୍‌ ନିର୍ମାଣ କାର୍ଯ୍ୟ, ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ଏବଂ ବାରିପଦାଠାରେ ଏକ କ୍ୟାନସର ହସ୍‌ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.