ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ବର୍ଷ କାରାଦଣ୍ଡାଦେଶ

author img

By

Published : Dec 6, 2022, 10:03 PM IST

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଛନ୍ତି।

ବାରିପଦା-ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଦୁର୍ଗାଚରଣ ମିଶ୍ର ମଙ୍ଗଳବାର ଜୈନିକା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଣାଇଛନ୍ତି । ବିଚାରପତି ଦୁଷ୍କର୍ମ ମାମଲା ବିଚାର କରି ଅଭିଯୁକ୍ତ ବେତନଟୀ ଥାନା ଅନ୍ତର୍ଗତ କଛିମବିଲା ଗ୍ରାମର ଦୁଲାଲ ସିଂ(୫୮)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ ହଜାର ଟଙ୍କା ଜୋରିମାନା କରିଥିବା ବେଳେ ଅନାଦେୟ ଅଧିକ ୧ ବର୍ଷର କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି।

ଦୋଷୀକୁ ୨୦ବର୍ଷ କାରାଦଣ୍ଡାଦେଶ

ସୂଚନା ଅନୁଯାୟୀ ଅଭିଯୁକ୍ତ ଦୁଲାଲ ସିଂ ଗ୍ରାମର ଜୈନିକା ନାବାଳିକାକୁ ୨୦୧୯ ମସିହା ମେ’ ମାସ ୨୦ ତାରିଖରେ ଏକୁଟିଆ ପାଇ ସକାଳ ୯ ଟା ସମୟରେ ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମର ଶିକାର ନାବାଳିକା ପୀଡିତା ଜଣକ ଜଙ୍ଗଲରେ ପଡିଥିବା ବେଳେ ତାଙ୍କ ଭାଇ ଖବର ପାଇ ଭଉଣୀକୁ ଜଙ୍ଗଲରୁ ଉଦ୍ଧାର କରିଥିଲା । ହସ୍ପିଟାଲରେ ଚିକିତ୍ସା କରିବା ସହ ଏନେଇ ବେତନଟୀ ଥାନାରେ ପୀଡିତାଙ୍କ ଭାଇ ଲିଖିତ ଅଭିଯୋଗ କରିଥିଲେ ।

ଉକ୍ତ ଘଟଣାକୁ ନେଇ ବେତନଟୀ ଥାନାରେ ୭୦/ ୨୦୧୯ରେ ଏକ ମାମଲା ରୁଜୁ ହେବା ସହ ଦୁଲାଲ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପକ୍ସୋ ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା । ଦୀର୍ଘ ୩ବର୍ଷ ପରେ ସମସ୍ତ ୧୯ଜଣ ସାକ୍ଷୀ, ପ୍ରମାଣ ଓ ମେଡ଼ିକାଲ ରିପୋର୍ଟକୁ ଭିତ୍ତିକରି ବିଚାରପତି ମାମଲାର ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମାମଲାର ବିଚାର ସମୟ ମଧ୍ୟରେ ପୀଡିତା ନାବାଳିକାର ମୃତ୍ୟୁ ଘଟିଥିବାରୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ୨ ଲକ୍ଷ ଟଙ୍କାକୁ ଫେରସ୍ତ କରିବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ମାମଲାକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ଓକିଲ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.