ETV Bharat / state

ଅଦିନିଆ ବର୍ଷା ଉଜାଡିଲା ଧାନ ଫସଲ

author img

By

Published : Jun 2, 2021, 5:51 PM IST

ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ପ୍ରକାର ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ
ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ

ମାଲକାନଗିରି: ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ପ୍ରକାର ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଖଇରପୁଟ ବ୍ଲକ ଅନ୍ତର୍ଗତ ସାନଡୁରାଲ ଗ୍ରାମରେ ଚାଷୀ ଖରାଟିଆ ଧାନ ଚାଷ କରିଥିବାବେଳେ ଧାନ କାଟି ନିଜ ବିଲରେ ରଖିଥିଲେ ।

ଅଦିନିଆ ବର୍ଷା ଉଜାଡିଲା ଧାନ ଫସଲ

ଆଉ କିଛି ଦିନ ମଧ୍ୟରେ ଚାଷୀ ନିଜ ଖଳାକୁ ଧାନ ନେଇଥାନ୍ତେ କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ବର୍ଷା ଛାଡ଼ିବା ପରେ ଆଜି ଚାଷୀ ବିଲରୁ ଧାନ ଗୋଟାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ବର୍ଷାରେ ସମସ୍ତ ଧାନ ଭିଜି ଯାଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସବୁଧାନ ନଷ୍ଟ ହୋଇ ଗଜା ହୋଇଥିବା କୁହାଯାଇଛି । ପ୍ରଶାସନ ତରଫରୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.