ETV Bharat / state

ବସ୍ତାରେ ଗଞ୍ଜେଇ ନେଇ ଯାଉଥିଲେ ମହିଳା, ମାଡି ବସିଲା ଅବକାରୀ ବିଭାଗ

author img

By

Published : Jul 28, 2022, 9:29 AM IST

ପନ୍ଦର ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ମହିଳାଙ୍କୁ ଗିରଫ କଲା ମାଲକାନଗିରି ଅବକାରୀ ବିଭାଗ । ଅଧିକ ପଢନ୍ତୁ

୧୫ ଲକ୍ଷର ଗଞ୍ଜେଇ ଜବତ, ମହିଳା ଗିରଫ
୧୫ ଲକ୍ଷର ଗଞ୍ଜେଇ ଜବତ, ମହିଳା ଗିରଫ

ମାଲକାନଗିରି: ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ପନ୍ଦର ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ମହିଳାଙ୍କୁ ଗିରଫ କଲା ମାଲକାନଗିରି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ଡଙ୍ଗାକୁଣ୍ଡ ଗ୍ରାମର ମଙ୍ଗୁଳୀ ଭୁମିଆ ହୋଇଥିବା ଜଣାପଡିଛି ।

୧୫ ଲକ୍ଷର ଗଞ୍ଜେଇ ଜବତ, ମହିଳା ଗିରଫ

ସୂଚନା ଅନୁଯାୟୀ, ବୁଧବାର ମାଲକାନଗିରି ଜିଲ୍ଲାପାଳ ଓ ଅବକାରୀ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ କୁଡୁମୁଲୁଗୁମ୍ମା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ଅବକାରୀ ବିଭାଗ । ଏହି ସମୟରେ ଜଣେ ମହିଳା ଏକ ବସ୍ତା ଧରି ଯାଉଥିବା ସମୟରେ ଅବକାରୀ କର୍ମଚାରୀ ଅଟକାଇ ପଚରାଉଚରା କରିଥିଲେ । ଏହାପରେ ବସ୍ତାଟିରେ ଗଞ୍ଜେଇ ଥିବା ଜାଣିବାକୁ ପାଇବା ପରେ ଅଧିକ ତଦନ୍ତ ପାଇଁ ମହିଳାଙ୍କ ଘରେ ଚଢାଉ କରି ୩ଶହ କିଲୋ ଗଞ୍ଜେଇ ଜବତ କରାଯାଇଥିଲା ।

ମହିଳାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ମାଲକାନଗିରି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପନ୍ଦର ଲକ୍ଷ ଟଙ୍କା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.