ETV Bharat / state

ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

author img

By

Published : Jul 21, 2022, 7:32 AM IST

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅଦାଲତ । ଅଧିକ ପଢନ୍ତୁ

ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ ଜେଲ୍ । ବୁଧବାର ମାଲକାନଗିରି ଜିଲ୍ଲା ଅଦାଲତ ୨୦୧୯ ମସିହାର ଏହି ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଉଛି ସେରପାଲୀ ଗ୍ରାମର ପୂର୍ଣ୍ଣ ଡୁରକା ।

ସୂଚନା ଅନୁଯାୟୀ, ୨୦୧୯ ମେ ୧୮ ତାରିଖ ଦିନ ବାଲିମେଳା ଛକରେ କେର୍ଲା ପୋଲିସ ଏସଆଇ ନୀଳାଦ୍ରିଚରଣ ବିଶ୍ବାଳଙ୍କ ନେତୃତ୍ବରେ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଥିଲା । ସେହି ସମୟରେ ମୋଟର ସାଇକେଲରେ ଜଣେ ବ୍ୟକ୍ତି କିଛି ବସ୍ତା ରଖି ଦ୍ରୁତଗତିରେ ଆସୁଥିଲା । ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇଟି ବସ୍ତାରେ ପ୍ରାୟ ୩ କେଜି ଗଞ୍ଜେଇ ବୋଝେଇ ହୋଇଥିବାର ଜଣାପଡିଥିଲା । ତୁରନ୍ତ ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଅଭିଯୁକ୍ତ ପୂର୍ଣ୍ଣ ଡୁରକାକୁ ଗିରଫ କରିଥିଲା । ଏନେଇ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ମାଲକାନଗିରି ଜିଲ୍ଲା ବିଚାରପତି ଏସରେଖା ପ୍ରସାଦ ଏହି ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ସରକାରୀ ଏପିପି ବିଜୟ ମହାନ୍ତି ଏହି ମାମଲାର ପରିଚାଳନା କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.