ETV Bharat / state

3 କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

author img

By

Published : Mar 31, 2021, 1:23 PM IST

Updated : Mar 31, 2021, 1:31 PM IST

ମାଲକାନିଗିରି ଏସପିଙ୍କ ନିକଟରେ କଲେ 3 କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ।ସମସ୍ତ ମାଓବାଦୀ ଆନ୍ଧ୍ର-ଓଡିଶା ବର୍ଡର କମିଟିର ସଦସ୍ୟ । ଅଧିକ ପଢନ୍ତୁ...

3 କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
3 କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ 3 କ୍ୟାଡର ମାଓବାଦୀ । ମାଲକାନିଗିରି ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ । ସମସ୍ତ ମାଓବାଦୀ ଆନ୍ଧ୍ର-ଓଡିଶା ବର୍ଡର କମିଟିର ସଦସ୍ୟ । ସେମାନେ ହେଲେ ଏସିଏମ ରାଙ୍କର ମାଓବାଦୀ ମଇନୁ, ରାମେ ଓ ରଘୁ ।

ମଇନୁ ଓ ରାମେକୁ ଧରିବାକୁ ପୂର୍ବରୁ ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଜଣକା ମୁଣ୍ଡ ପିଛା 4 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ରଘୁ ନାମରେ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା । ରାମେ ଓ ମଇନୁଙ୍କ ଘର ଛତିଶଗଜର ବିଜାପୁର ଜିଲ୍ଲା । ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବେଜିଙ୍ଗ ଗାଁର ରଘୁ । ଏନେଇ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି ।

3 କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନାଯୋଗ୍ୟ, ଗତ 2 ବର୍ଷ ଭିତରେ ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭିମାନ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଓ ପୋଲିସର ମାଓଦମନ ଦେଖି 3 ଜଣ ମାଓବାଦୀ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଦୁଇ ବର୍ଷ ଭିତରେ 20 ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ସେପଟେ ଆତ୍ମସମର୍ପଣ କରିଥିବା ଏହି ଏହି 3 ମାଓବାଦୀଙ୍କୁ ସରକାରୀ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Mar 31, 2021, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.