ETV Bharat / state

'ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ର କବଜାରେ ଓଡିଶାର ଅନେକ ଗାଁ, ଏବେ ସଜାଗର ସମୟ’

author img

By

Published : Aug 27, 2021, 3:19 PM IST

ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କୋଟିଆର ଅନେକ ଗ୍ରାମ ଆନ୍ଧ୍ରପ୍ରଦେଶ ଅକ୍ତିଆରକୁ ଚାଲିଯାଇଥିବା ନେଇ ଆମ କୋଟିଆ ସଙ୍ଗଠନ ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

'ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ର କବଜାରେ ଓଡିଶାର ଅନେକ ଗାଁ, ଏବେ ସଜାଗର ସମୟ’
'ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ର କବଜାରେ ଓଡିଶାର ଅନେକ ଗାଁ, ଏବେ ସଜାଗର ସମୟ’

କୋରାପୁଟ: ବିଗତ ଦିନଗୁଡିକରେ ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କୋଟିଆର ଅନେକ ଗ୍ରାମ ଆନ୍ଧ୍ରପ୍ରଦେଶ ଅକ୍ତିଆରକୁ ଚାଲିଯାଇଥିବା ନେଇ ଆମ କୋଟିଆ ସଙ୍ଗଠନ ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାରେ ଥିବା ସମଗ୍ର ପାଚିପେଣ୍ଟା ପଞ୍ଚାଯତ ଜଯପୁର ଜମିଦାରୀରେ ଥିଲା ଓ ସମଗ୍ର ଜଯପୁର ଜମିଦାରୀ ଓଡିଶାରେ ସାମିଲ ହୋଇଥିବା ରେକର୍ଡରେ ଲିପିବଦ୍ଧ ଅଛି ବୋଲି ସେ କହିଛନ୍ତି ।

'ରାଜ୍ୟସରକାରଙ୍କ ଅବହେଳା ପାଇଁ ଆନ୍ଧ୍ରରେ ମିଶିଛି ବିଭିନ୍ନ ଗ୍ରାମ, ଏବେ ସଜାଗ ହେବାର ବେଳ'

କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ 1952 ପରେ ପାଚିପେଣ୍ଟା ପଞ୍ଚାୟତର ସମସ୍ତ ଗ୍ରାମ ଆନ୍ଧ୍ରପ୍ରଦେଶ ଅକ୍ତିଆରକୁ ଚାଲିଯାଇଛି । ଏହା କିପରି ଚାଲିଗଲା ସେ ସଂକ୍ରାନ୍ତରେ ଓଡିଶାର ରାଜସ୍ୱ ମନ୍ତ୍ରୀଙ୍କୁ ବିଭିନ୍ନ ତଥ୍ୟ ସମ୍ବଳିତ ପତ୍ର ଲେଖିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହାର ତଦନ୍ତ କରି ପାଚିପେଣ୍ଟା ପଞ୍ଚାୟତକୁ ଓଡିଶାରେ ମିଶାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ସେହିପରି ଆଇନଗତ ଲଢେଇରେ ଠିକ ଭାବେ ଓଡିଶାର ଅଧିକାରକୁ ସାବ୍ୟସ୍ତ କରିନପାରିବା ଯୋଗୁଁ ବୋରାମୁଠାର 13 ଟି ଗ୍ରାମ ମଧ୍ୟ ଆନ୍ଧ୍ର କବଜାକୁ ଚାଲିଯାଇଛି ବୋଲି ଗଦାଧର ପରିଡା ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ କୋଟିଆର 21 ଟି ଗ୍ରାମ ଉପରେ ଓଡିଶାର ଅଧିକାର ଫେରାଇ ଆଣିବା ପାଇଁ ଉପଯୁକ୍ତ ଭାବେ ପଦକ୍ଷେପ ନନେଲେ ପାଚିପେଣ୍ଟା ଓ ବୋରାମୁଠା ଭଳି କୋଟିଆ ପଞ୍ଚାୟତ ମଧ୍ୟ ସମସ୍ତ ଓଡିଆଙ୍କ ନାକ ତଳେ ଆନ୍ଧ୍ର ହାତକୁ ଖସିଯିବା କିଛି ଅସମ୍ଭବ ନୁହେଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.