ETV Bharat / state

ଗାଧୋଇବା ହେଲା କାଳ, 2 ନାବାଳକଙ୍କ ସଲିଳ ସମାଧି

author img

By

Published : Dec 14, 2020, 6:45 PM IST

ହଂଜାରିଗୁଡା ନଦୀରେ ଗାଧୋଇବାବେଳେ ବୁଡି ଗଲେ 2 ନାବାଳକ । ମୃତଦେହ ଉଦ୍ଧାର କଲା ଦମକଳ ବାହିନୀ । ପଢନ୍ତୁ ଅଧିକ.....

ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ
ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ

କୋରାପୁଟ: ଗାଧୋଇବା ହେଲା କାଳ, ନଦୀରେ ବୁଡି ଗଲା 2 ନାବାଳକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ସୁନାବେଡା ଥାନା କାକିଗାଁ ନିକଟରେ । ସ୍ଥାନୀୟ ହଂଜାରିଗୁଡା ନଦୀରେ ଗାଧୋଉଥିବାବେଳେ ନଦୀକୁ ଖସିଯିବା ଫଳରେ ପାଣିରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳଙ୍କ ମଧ୍ୟରେ ଜଣେ ରାଉରକେଲାର 13 ବର୍ଷ ବୟସର ରଂଜନ କୁମାର ବେହେରା ଓ ଅନ୍ୟ ଜଣକ ନୟାଗଡ ଜିଲ୍ଲାର କୁମୁନ୍ଦ ଗ୍ରାମର 16 ବର୍ଷର ଯୁବକ ପ୍ରଭାତ କୁମାର ଦଳେଇ । ଏ ନେଇ ପୋଲିସ ସୂଚନା ଦେଇଛି ।

ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ

ସେମିଳିଗୁଡାର ଗାନ୍ଧୀ ନଗର ଅଞ୍ଚଳକୁ ଏହି ଦୁଇ ନାବାଳକ ଭୋଜି ଖାଇବାକୁ ଆସିଥିଲେ । କିନ୍ତୁ ସୋମବାର ନାବାଳକ ଦ୍ୱୟ ସେଲ୍ପି ଉଠାଇବା ପାଇଁ ନଦୀ ମଧ୍ୟକୁ ପ୍ରବେଶ କରିଥିଲେ। ତାପରେ ସେମାନେ ଗାଧୋଇଥିଲେ। ଅସାବଧାନତା ବଶତଃ ଦୁହେଁ ଗଭୀର ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଆଉ କୂଳକୁ ଫେରି ପାରିନଥିଲେ । ଫଳରେ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ସହ ଯାଇଥିବା ସମ୍ପର୍କୀୟ ଝିଅ ଏ ସବୁ ଦେଖି ପରିବାର ବର୍ଗଙ୍କୁ ଜଣାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.