ETV Bharat / state

ପାଣି ମୁନ୍ଦେ ପାଇଁ ଚାଲିଛି କୋଡିଏ ବର୍ଷର ସଂଗ୍ରାମ

author img

By

Published : May 14, 2021, 3:07 PM IST

ପାଣି ପାଇଁ ଡବଳ ବିକଳ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ବଣ୍ଡାଗୁଡା ଗ୍ରାମବାସୀ । 20 ବର୍ଷ ହେଲା ସ୍ବଚ୍ଛ ପାଣି ଟିକିଏ ପାଇଁ କରୁଛନ୍ତି ସଂଗ୍ରାମ । ଅଧିକ ପଢନ୍ତୁ...

ପାଣି ମୁନ୍ଦେ ପାଇଁ ଚାଲିଛି କୋଡିଏ ବର୍ଷ ର ସଂଗ୍ରାମ
ପାଣି ମୁନ୍ଦେ ପାଇଁ ଚାଲିଛି କୋଡିଏ ବର୍ଷ ର ସଂଗ୍ରାମ

କୋରାପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ବଣ୍ଡାଗୁଡା ଗାଁରେ ପାନୀୟ ଜଳର ଘୋର ସମସ୍ୟା । 20 ବର୍ଷ ତଳେ ପାଣି ପାଇଁ 2ଟି ନଳକୂପ ଖୋଳାଯାଇଥିଲା । କିନ୍ତୁ ତାହା ଏବେ ସମସ୍ୟା ହୋଇ ଛିଡା ହୋଇଛି । ଗୋଟିଏ ନଳକୂପରୁ ବାହାରୁଥିବା ଜଳ ପିଇବା ଯୋଗ୍ୟ ନଥିବା ବେଳେ ଅନ୍ୟ ନଳକୂପରୁ ବାହାରୁଥିବା ଜଳ ନିଅଣ୍ଟ ହେଉଛି ।

ପାଣି ମୁନ୍ଦେ ପାଇଁ ଚାଲିଛି କୋଡିଏ ବର୍ଷ ର ସଂଗ୍ରାମ

ତେବେ କୋଡିଏ ବର୍ଷ ପୂର୍ବେ ନଳକୂପ ଖୋଳିଥିବା ବିଭାଗୀୟ ଅଧିକାରୀ ହୁଅନ୍ତୁ ବା ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ, ଲୋକଙ୍କୁ ପାନୀୟ ଯୋଗ୍ୟ ଜଳ ଯୋଗାଇଦେବା ପାଇଁ ଚିନ୍ତା ମଧ୍ୟ କରିନଥିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ହୋଇଆସିଥିବା ସାଧାରଣ ନିର୍ବାଚନ ସମୟରେ ଗାଁକୁ ଆସୁଥିବା ଜନ ପ୍ରତିନିଧିଙ୍କୁ ବାରମ୍ବାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଲୋକେ ଗୁହାରି କଲେହେଁ ସେମାନଙ୍କୁ କେବଳ ପ୍ରତିଶ୍ରୁତି ହିଁ ମିଳିଥିବା କହିଛନ୍ତି ଗ୍ରାମବାସୀ । ତେବେ ପ୍ରଶାସନ ଓ ନେତାଙ୍କ ଏହି ଅଣଦେଖା ହେତୁ ସକାଳ ହେଲେ ପାଣି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ହେଇଛି ଖଣ୍ଡ ଯୁଦ୍ଧ । ପରିସ୍ଥିତି ଏମିତି ହେଲାଣି ଯେ ଅନେକଙ୍କ ପାଇଁ ନୀତିଦିନ ଗାଧୋଇବା କଷ୍ଟକର ହୋଇଗଲାଣି ।

ପିଇବା ପାଇଁ ପାଣି ଆଣୁଥିବା ନାଳ ପୋଖରୀର ପାଣି ଖରାଦିନେ ନିଅଣ୍ଟ ହେଉଥିବା ଯୋଗୁଁ ଗ୍ରାମବାସୀଙ୍କ କଷ୍ଟ ବହୁଗୁଣରେ ବଢିଯାଉଛି । ଗ୍ରାମର ଯୁବକ ମାନେ ଦୂରଦୁରାନ୍ତରେ ଥିବା ନାଳକୁ ଯାଇ ଗାଧୁଆ ଓ ଶୌଚ କାର୍ଯ୍ୟ କରିଆସୁଥିବା ବେଳେ ମହିଳାଙ୍କ ପାଇଁ ଏହା ସମ୍ଭବ ହେଉନାହିଁ । ଏହାର ସମାଧାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.