ETV Bharat / state

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଫେରାର

author img

By

Published : Mar 26, 2021, 10:57 PM IST

କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଲମତାପୁଟ ପୋଲିସ ଧରିବାରେ ସଫଳ ହୋଇଛନ୍ତି । ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଧରାଯାଇଥିବା ବେଳେ ୨ ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ୨ଜଣ ଫେରାର
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ୨ଜଣ ଫେରାର

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଲମତାପୁଟ ପୋଲିସ ଧରିବାରେ ସଫଳ ହୋଇଛନ୍ତି । ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଧରାଯାଇଥିବା ବେଳେ ୨ ଜଣ ଘଟଣା ସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି ।

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ୨ଜଣ ଫେରାର

ମିଳିଥିବା କୌଣସି ଏକ ସୂତ୍ରରୁ ଆନ୍ଧ୍ରପ୍ରଦେଶ ସୀମାନ୍ତ ବାଙ୍ଗୁରୁପଡା ନଦୀ ଘାଟରୁ ଲମତାପୁଟ ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ନେଇ ଲମତାପୁଟ ପୋଲିସ ଖବର ପାଇଥିଲେ । ପରେ ଲମତାପୁଟ ପୋଲିସ ଏକ ଟିମ ଗଠନ କରି ବାଙ୍ଗୁରୁପଡା ନିକଟରେ ଚଢାଉ କରିଥିଲେ । ପୋଲିସକୁ ଦେଖି ଘଟଣାସ୍ଥଳରେ ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଛାଡ଼ି ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ । ପରେ ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଲମତାପୁଟ ଥାନାକୁ ଆଣିଥିଲେ ଏବଂ ଜବତ ଟ୍ରାକ୍ଟରରୁ 387 କେଜି 800 ଗ୍ରାମ ଗଞ୍ଜେଇ ଓଜନ କରିଥିଲେ । ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ପ୍ରକାଶ କରିଛି । ଏହାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି ।

କୋରାପୁଟ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.