ETV Bharat / state

ତେନ୍ତୁଳିଗୁଡା ଗାଁ: ନାହିଁ ଗୋଟିଏ ବି ଶୌଚାଳୟ, ହୀନସ୍ତା ୭୦ ପରିବାର

author img

By

Published : Mar 15, 2022, 3:56 PM IST

ସ୍ବଚ୍ଛ ନାରା ବାଟବଣା, ନିର୍ମଳ ଭାରତ ଗଢିବା ପାଇଁ ଆରମ୍ଭ ହୋଇଥିଲା ସ୍ବଚ୍ଛ ଭାରତ ମିଶନ । ଏହି ମିଶନରେ ପ୍ରତ୍ୟେକ ପରିବାରକୁ ଶୌଚାଳୟ ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ ଏସବୁରୁ ଯେମତି ବଞ୍ଚିତ କୋରାପୁଟର ତେନ୍ତୁଳିଗୁଡା ଗ୍ରାମ । ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଶୌଚାଳୟ ହୋଇପାରିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଗାଁରେ ନାହିଁ ଗୋଟିଏ ବି ଶୌଚାଳୟ, ଫେଲ ମାରିଛି ସ୍ବଚ୍ଛ ଭାରତ ମିଶନ

କୋରାପୁଟ: ସରକାର ସ୍ବଚ୍ଛ ଭାରତ ମିଶନ ଅଧିନରେ ପ୍ରତି ଗାଁରେ ଘରେ ଘରେ ଶୌଚାଳୟ ନିର୍ମାଣ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ହେଲେ କୋରାପୁଟ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯେଉଁଠିକି ଗୋଟିଏ ବି ଶୌଚାଳୟ ନାହିଁ । ଗ୍ରାମରେ ଗୋଟିଏ ହେଲେ ବି ଶୌଚାଳୟ ନ ଥିବାରୁ ବାଧ୍ୟ ହୋଇ ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ । କୋରାପୁଟ ପୌରାଞ୍ଚଳ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ପ୍ରାୟ ୭୦ଟି ପରିବାର ଏହି ଗ୍ରାମରେ ବସବାସ କରନ୍ତି, କିନ୍ତୁ ମାତ୍ର ଗୋଟିଏ ବି ଶୌଚାଳୟ ନାହିଁ । କାଁ ଭାଁ କେଉଁଠି ଗୋଟିଏ କି ୨ଟି ରହିଛି, ତାହା ପୁଣି ଜରିପାଲରେ ତିଆରି ହୋଇଛି । ଗ୍ରାମର ଦୃଶ୍ୟକୁ ଦେଖିଲେ ଲାଗୁଛି ଯେମିତି ଏହା ଶୌଚାଳୟ ମୁକ୍ତ ଗ୍ରାମ ହୋଇଯାଇଛି ।

ନିର୍ମଳ ଭାରତ ଗଢିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ବଚ୍ଛ ଭାରତ ମିଶନ । କିନ୍ତୁ ତେନ୍ତୁଳିଗୁଡା ଗ୍ରାମରେ ଏହା ବାଟମାରଣା ହୋଇଛି । ଶୌଚାଳୟ ନଥିବାରୁ ବାଧ୍ୟ ହୋଇ ଜଙ୍ଗଲକୁ ଯାଉଛନ୍ତି ଗ୍ରାମବାସୀ । ରାତିର ଅନ୍ଧକାରରେ ମଧ୍ୟ ଜୀବନକୁ ବାଜିରେ ଲଗାଇ ଦୂରବର୍ତ୍ତୀ ନାଳ, ବିଲ ଶୌଚ ପାଇଁ ଯାଉଛନ୍ତି । ଏପଟେ ଛୋଟ ପିଲାଙ୍କ ପାଇଁ ଗାଁ ଦାଣ୍ଡ, ରାସ୍ତା କଡ଼ ଓ ଗାଁ ନାଳ ପାଲଟିଛି ଶୌଚାଳୟ ।

ତେବେ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଗୃହରେ ଶୌଚାଳୟ ରଖିବା ପାଇଁ କୁହାଯାଉଥିବା ବେଳେ ଏହି ଯୋଜନାରେ ନିର୍ମିତ ଘର ଗୁଡିକରେ ମଧ୍ୟ ଶୌଚାଳୟ ବାଦ ପଡ଼ିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟାକୁ ନେଇ ଗ୍ରାମବାସୀ ପ୍ରଶାସନକୁ ଅବଗତ କରାଇଛନ୍ତି କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ ।

କେବଳ ଶୌଚାଳୟ ସମସ୍ୟା ନୁହଁ ଗ୍ରାମରେ ବିଦ୍ୟୁତ ସମସ୍ୟା ଓ ସ୍କୁଲରେ ପାଣି ସମସ୍ୟା ରହିଛି । ଏଥି ସହ ଗାଁ ବିଦ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ବଗିଚା ଅସୁରକ୍ଷିତ ହୋଇ ଉଠିଥିବାବେଳେ ବିଦ୍ୟାଳୟରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବା ଯୋଗୁଁ ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରତିଟି ପରିବାର ପାଇଁ ସରକାରଙ୍କ ତରଫରୁ ଆସୁଥିବା ଶୌଚାଳୟ ଟଙ୍କା ଯାଉଛି କୁଆଡେ । ଏବଂ ଜିଲ୍ଲାର ଏହି ଗ୍ରାମରେ କିପରି ଗୋଟିଏ ପରିବାରକୁ ମଧ୍ୟ ଶୌଚାଳୟ ମିଳିପାରିନାହିଁ ତାହା ସବୁଠାରୁ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.