ETV Bharat / state

ବିଜ୍ଞାନ ପ୍ରଦର୍ଶନୀରେ ମନ ମୋହିଲା ପାରମ୍ପରିକ ଜ୍ଞାନକୌଶଳ ପ୍ରକଳ୍ପ

author img

By

Published : Apr 9, 2022, 5:13 PM IST

ବିଜ୍ଞାନ ଓ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ କୋରାପୁଟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରରେ ବ୍ଲକସ୍ତରୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ବିଜ୍ଞାନ ପ୍ରଦର୍ଶନୀରେ ମନ ମୋହିଲା ପାରମ୍ପରିକ ଜ୍ଞାନକୌଶଳ ପ୍ରକଳ୍ପ
ବିଜ୍ଞାନ ପ୍ରଦର୍ଶନୀରେ ମନ ମୋହିଲା ପାରମ୍ପରିକ ଜ୍ଞାନକୌଶଳ ପ୍ରକଳ୍ପ

କୋରାପୁଟ: ବିଜ୍ଞାନ ଓ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ କୋରାପୁଟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।

ଆଜି(ଶନିବାର) ଅନୁଷ୍ଠିତ ହୋଇଥିବା ଏହି ପ୍ରଦର୍ଶନୀରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିଲେ । ସେମାନଙ୍କ ମଧ୍ୟରେ ନିହିତ ଥିବା ସୃଜନଶୀଳତା ପ୍ରଦର୍ଶନ ପାଇଁ ଏକ ସୁଯୋଗ ମିଳିଥିବା ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି । ଏହି ପ୍ରଦର୍ଶନୀରେ 79ଟି ବିଦ୍ୟାଳୟରୁ 92ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପକୁ ନେଇ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ଜଣାଇଛନ୍ତି ।

ବିଭିନ୍ନ ଥିମକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ଥିମ୍ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଚଳିତ ମାସ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି । କୋଭିଡ କଟକଣାରେ ଗତ ଦୁଇ ବର୍ଷ ଧରି କୌଣସି ପ୍ରଦର୍ଶନୀ ଅନୁଷ୍ଠିତ ହୋଇପାରିନଥିଲା ।

ତେଣୁ, ଆଜି ଛାତ୍ରଛାତ୍ରୀ ନିଜ ମଧ୍ୟରେ ଥିବା ସୃଜନଶୀଳତାକୁ ପ୍ରକାଶ କରିବା ପାଇଁ ପ୍ରଚେଷ୍ଟା କରିପାରିଥିବାବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲେ ଆହୁରି ଭଲଭାବେ ପ୍ରଦର୍ଶନ କରିପାରିବେ ବୋଲି ବିଚାରକ ତଥା ବିଜ୍ଞାନ ଶିକ୍ଷକ ପ୍ରକାଶ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଜଣେ ବିଜ୍ଞାନ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ତାଙ୍କୁ ବିଶେଷ ଭାବେ ଆନନ୍ଦିତ କରିଥିବା ଏହି ପ୍ରଦର୍ଶନୀକୁ ଛାତ୍ରଛାତ୍ରୀଙ୍କୁ ସାଥିରେ ନେଇଆସିଥିବା ଶିକ୍ଷକ ହରେକୃଷ୍ଣ ମହାରଣା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.