ETV Bharat / state

କାମ ଦେଉନି 1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଦଶମନ୍ତପୁରବାସୀ

author img

By

Published : Apr 28, 2021, 12:47 PM IST

1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । କିନ୍ତୁ ଏବେ ବି ପାନୀୟଜଳ ସମସ୍ୟା ଦେଇ ଗତି କରୁଛନ୍ତି କୋରାପୁଟ ଦଶମନ୍ତପୁରବାସୀ । ଅଧିକ ପଢନ୍ତୁ...

1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ପ୍ରକଳ୍ପ, ଏବେ ବି ଦଶମନ୍ତପୁରରେ ପାନୀୟଜଳ ସମସ୍ୟା
1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ପ୍ରକଳ୍ପ, ଏବେ ବି ଦଶମନ୍ତପୁରରେ ପାନୀୟଜଳ ସମସ୍ୟା

କୋରାପୁଟ: 1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଛଅ ମାସ ବିତି ଯାଇଥିଲେ ମଧ୍ୟ ଆଜି ବି ପାନୀୟଜଳ ସମସ୍ୟା ଦେଇ ଗତି କରୁଛନ୍ତି କୋରାପୁଟ ଦଶମନ୍ତପୁରବାସୀ ।

1 କୋଟି 20 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ପ୍ରକଳ୍ପ, ଏବେ ବି ଦଶମନ୍ତପୁରରେ ପାନୀୟଜଳ ସମସ୍ୟା

ଏନେଇ ଦଶମନ୍ତପୁର ବ୍ଲକ ସଦରମହକୁମାର ବିଭିନ୍ନ ସାହିର ମହିଳାମାନେ ହାଣ୍ଡି, ଗରା, ମାଠିଆ ଧରି କୋରାପୁଟ, ପୋଡାଗଡ ଓ ଟିକିରିକୁ ସଂଯୋଗ କରୁଥିବା ତିନୋଟି ଛକରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । କେବଳ ଆମ୍ବୁଲାନ୍ସ ସେବାକୁ ଆନ୍ଦୋଳନକାରୀ ଯିବାକୁ ଦେଉଥିବା ବେଳେ ବାକି ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.